ଓଡିଶା

odisha

ETV Bharat / state

ବ୍ରହ୍ମପୁର ରାଗିଂ ଘଟଣା, କଲେଜ ଅଧ୍ୟକ୍ଷଙ୍କୁ ଭେଟିଲେ BJP ଯୁବ ମୋର୍ଚ୍ଚାର ପ୍ରତିନିଧି - ବ୍ରହ୍ମପୁର ରାଗିଂ ଘଟଣା

ବ୍ରହ୍ମପୁର ସହରରେ ଥିବା ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ ମହାବିଦ୍ୟାଳୟରେ ରାଗିଂ ଘଟଣା । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

action against student on ragging case in berhampur
ବ୍ରହ୍ମପୁର ରାଗିଂ ଘଟଣା, ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

By

Published : Nov 22, 2022, 11:34 AM IST

ବ୍ରହ୍ମପୁର:ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଙ୍କୁ ରାଗିଂ ଘଟଣା । ଏହା ପୂର୍ବରୁ କଲେଜରେ ହୋଇଥିବା ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ସେପ୍ଟେମ୍ୱର ମାସରେ ରାଗିଂ ଘଟଣାରେ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଉକ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପରିସରକୁ ନଆସିବା ପାଇଁ ନିର୍ଦ୍ଦେଶ ଦେଇଛି ।

ବ୍ରହ୍ମପୁର ରାଗିଂ ଘଟଣା

କେବଳ ପରୀକ୍ଷା ସମୟରେ ଅନୁମତି ମିଳିଥିବା ସୂଚନା ମିଳିଛି । ଗୋଟିଏ ସପ୍ତାହ ମଧ୍ୟରେ ସହରର ଦୁଇ ଦୁଇଟି କଲେଜରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଏହାର ପ୍ରତିବାଦ କରିଛି । ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ଏକ ମିଳିତ ପ୍ରତିନିଧି ଦଳ ସହରର ବିଭିନ୍ନ ମହାବିଦ୍ୟାଳୟକୁ ପରିକ୍ରମା କରି ଆଣ୍ଟି ରାଗିଂ ସ୍କ୍ବାର୍ଡର ପରିଚାଳନା, ଟୋଲ ଫ୍ରି ନମ୍ୱର ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଅବଗତ କରାଯାଇଛି କି ନାହିଁ ଏବଂ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ଦିଆଯାଇଛି କି ନାହିଁ ସେନେଇ ଦଳ ଅନୁଧ୍ୟାନ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details