ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣବିକ୍ଷୋଭ, କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା - ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା

ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ସ୍ଥିତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ନେଇ ଗର୍ଜିଛି ବିଜେପି ଯୁବମୋର୍ଚ୍ଚା । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚ
ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚ

By

Published : Feb 26, 2023, 10:38 PM IST

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚ

ବ୍ରହ୍ମପୁର:ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିରୋଦ୍ଧ କରି ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା । ବ୍ରହ୍ମପୁରରେ ବିଜେପି ଯୁବ ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନି କରୁବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ କୁଶାସନକୁ ବିରୋଦ୍ଧ କରି ସବୁଠି ବିକ୍ଷୋଭ, ପ୍ରତିବାଦ ଓ ସମାଲୋଚନା ଜାରି ରହିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଅବସରରେ ବ୍ରହ୍ମପର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଥିଲା ।

ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ନେତୃତ୍ୱରେ ଦଳର ବହୁ କର୍ମକର୍ତ୍ତା ଏକତ୍ରିତ ହୋଇ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି । ସେହିପରି ରାଜ୍ୟରେ ହତ୍ୟା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବା ବେଳେ ଯାହାକୁ ରୋକିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗ ଜନକ । ନାରୀ ନିର୍ଯାତନା, ଶିଶୁ ଅପହରଣ, ରାହାଜାନୀ, ନିଶା କାରବାର, ନରହତ୍ୟା ଆଦି ଅପରାଧିକ ପ୍ରବଣ ହୋଇଛି ଓଡିଶା । ମୁଖ୍ୟମନ୍ତ୍ରୀଙ୍କ ନିଜ ଅଧୀନରେ ଥିବା ଗୃହ ବିଭାଗ ଆଜି ନିଜେ କାଠଗଡାରେ ।

ଶେଷରେ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଯେପରି ଭାବେ ଗୁଳି କରି ହତ୍ୟା କରାଗଲା ତାହା ଶାସକ ଦଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଏଭଳି ଘଟଣା ପରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରି କରିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି,ରାମ କୁମାର ପାତ୍ର , ସୁବାସ ସାହୁଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଗତ କିଛି ଦିନ ଧରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ଘଟଣାକୁ କେନ୍ଦ୍ର କରି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଦଳ ପକ୍ଷରୁ ଆଇନଅମାନ୍ୟ ଆନ୍ଦୋଳନ କରିବା ସହ ଦଳୀୟ କର୍ମକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ଧସେଇ ପଶିଥିବା ଦେଖିବାକୁ ମିଳିଥିଲା । ହେଲେ ଉକ୍ତ ଘଟଣା ପରେ ପୁଣି ଥରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ପରେ ଏହି ରାଜନୀତି ଆଗାମୀ ଦିନରେ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details