ଭଞ୍ଜନଗର:ଭଞ୍ଜନଗର ବ୍ଲକ ଦୁର୍ନୀତି ବିରୋଧରେ କାର୍ଯ୍ୟାଳୟ ଘେରାଉ କଲେ ବିଜେପି ଦଳର ଶହ ଶହ କର୍ମୀ । ଗତ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ନିର୍ବାଚିତ ହୋଇଥିଲା ବିଜେପି ଜନ ପ୍ରତିନିଧି । ହେଲେ ଆଜି ଯାଏଁ ପଞ୍ଚାୟତ ଗୁଡିକରେ କୌଣସି ଉନ୍ନତିମୂଳକ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାକୁ ନେଇ ବିଜେପି ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବିଜେପି ସମର୍ଥିତ ପଞ୍ଚାୟତ ଗୁଡିକରେ ସାଧାରଣ ଲୋକେ ଭତ୍ତା ଟିକେ ପାଇବାରୁ ହେଉଛନ୍ତି ବଞ୍ଚିତ l ଜାଣିଶୁଣି ସ୍ଥାନୀୟ ଜନ ପ୍ରତିନିଧି ତଥା ବର୍ତ୍ତମାନର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରୁଛନ୍ତି । ସେଥିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସମ୍ପୃକ୍ତି ରହୁଛି ବୋଲି ବିଜେପି କହିଛି । ଏନେଇ ଆଜିର ଏହି ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।