ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଜିଲୁଣ୍ଡି ପଞ୍ଚାୟତ ଅଗଝୋଳ ଗାଁରେ ନିର୍ବାଚନୀ ହିଂସା ଘଟଣା । ଏ ନେଇ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସ ସମୁଖରେ ଧାରଣା ଦିଆଯିବା ସହ ନାରାବାଜି କରାଯାଇଥିଲା । ଏଥିରେ ବହୁ ବିଜେପି କର୍ମୀ ଓ ନେତା ସାମିଲ ହୋଇଥିଲେ ।
ସୂଚନା ଅନୁାସାରେ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗାଁର 16,17,18 ନମ୍ବର ୱାର୍ଡରେ ବୁଥ କ୍ୟାପଚରିଂ ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଖୋଦ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ତାଙ୍କ ଭାଇମାନେ ବୁଥ ଭିତରେ ପଶି ସମିତିସଭ୍ୟ ପାର୍ଥୀ ଅଯୋଧ୍ୟା ମହାପାତ୍ରଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତା ସହିତ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଅଯୋଧ୍ୟା ନାଥ କିନ୍ତୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ।