ଓଡିଶା

odisha

ETV Bharat / state

ଦଳରେ ଅଣ ନିଶ୍ବାସୀ ହୋଇ ପଡ଼ିଛନ୍ତି ବିଜେଡି କର୍ମୀ ଓ ନେତା: ମନମୋହନ ସାମଲ

ଗଞ୍ଜାମରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ବିଜେପିକୁ ଘର ବାହୁଡ଼ା ହୋଇଛନ୍ତି ବିଜେପି ସଭାନେତ୍ରୀ ଏସ ରାଣୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 13, 2023, 3:22 PM IST

bjp state president targets bjd
ବିଜେଡିକୁ ମନମୋହନଙ୍କ ଟାର୍ଗେଟ

ବିଜେଡିକୁ ମନମୋହନଙ୍କ ଟାର୍ଗେଟ

ବ୍ରହ୍ମପୁର:ବିଜେଡିକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଗଞ୍ଜାମରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିଜେଡି ଉପରେ ବର୍ଷିଛନ୍ତି ମନମୋହନ । ସେ କହିଛନ୍ତି, ବିଜେଡିରେ କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଣ ନିଶ୍ବାସୀ ଓ ଆତଙ୍କିତ ହୋଇପଡ଼ିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀ କିଏ କେଉଁଠି ଦିଶୁନାହାନ୍ତି । ରାଜ୍ୟରେ ବିଚିତ୍ର ସ୍ଥିତି ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଜୁ ଜନତା ଦଳରେ ଅନେକ ବରିଷ୍ଠ ନେତା ବର୍ତ୍ତମାନ ନାହାନ୍ତି । ଗଞ୍ଜାମ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ଅନେକ ଅନୁଦାନ ଆସିଛି । କିନ୍ତୁ ଏଠାରେ ବିକାଶ ହୋଇନି କି ଲୋକଙ୍କ ସମସ୍ୟାର ସମାଧାନ ହୋଇନାହିଁ । ଆଜି ବି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନି ।" ଏହାସହ 5T ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାରେ ବହୁ ପରିମାଣରେ ଅଭିଯୋଗ ଆସୁଥିବା ଘଟଣାକୁ ନେଇ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି "ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୯ ମସିହାର ଫନି ବାତ୍ୟାର କ୍ଷୟକ୍ଷତି ଏପର୍ଯ୍ୟନ୍ତ ମିଳିନଥିବା କହିଛନ୍ତି । ଏହି ଅବସରରେ ବିଜେପିକୁ ଘର ବାହୁଡ଼ା ହୋଇଛନ୍ତି ବିଜେପି ସଭାନେତ୍ରୀ ଏସ ରାଣୀ।"

ଏହା ବି ପଢନ୍ତୁ...ବିଜେପି ଛାଡିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ, ଫୁଙ୍କିବେ ଶଙ୍ଖ

ବ୍ରହ୍ମପୁର ଗସ୍ତରେ ଆସିଥିବାବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏପରିକି ବିଜେଡି ଦଳର ବହୁ ବିଧାୟକ ବିଜେପି ସହିତ ସମ୍ପର୍କରେ ରହିଥିବା ନେଇ ମଧ୍ୟ କହିଛନ୍ତି ରାଜ୍ୟ ବିଜେପି ସଭାପତି । ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରିବା ନେଇ କହିବା ସହ ରାଜ୍ୟରେ ଆଗକୁ ବିଜେପି ସରକାର କରିବାକୁ ସାଧାରଣ ଜନତା ନିଷ୍ପତ୍ତି ନେଇ ସାରିଥିବା କହି ଦମ୍ଭୋକ୍ତି ବାଢ଼ିଛନ୍ତି ।

ଏହା ବି ପଢନ୍ତୁ...BJD Removed Soumya from VP post: ବିଜେଡିରେ ଯାହା ଚାଲୁଛି ତାହା ଠିକଠାକ ଚାଲୁନାହିଁ କହିଲେ ବିରୋଧୀ

ଅପରପକ୍ଷେ, ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ ବିଜେପିରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ବିଜେପି ଦଳୀୟ ଟିକେଟରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ରଞ୍ଜନ ବିଜେପି ଛାଡ଼ି ପୁଣି ଥରେ ବିଜେଡିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ବିଜେପି ସଭାନେତ୍ରୀ ଏସ ରାଣୀ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଦଳ ବଦଳ ରାଜନୀତି ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details