ଓଡିଶା

odisha

ETV Bharat / state

5ଟି ସଚିବଙ୍କ ଗଞ୍ଜାମ ଗସ୍ତ ନେଇ ଭାରତୀୟ ଜନତା ପାର୍ଟୀର ବିରୋଧ - 5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଜେପି ବିରୋଧ

5ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବ୍ରହ୍ମପୁର ଏସ.ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିରୋଧ
5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିରୋଧ

By ETV Bharat Odisha Team

Published : Aug 22, 2023, 9:54 PM IST

5ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ବିରୋଧ

ବ୍ରହ୍ମପୁର:5ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତକୁ ବିରୋଧ । ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବ୍ରହ୍ମପୁର ଏସ.ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ପ୍ରତନିଧି ଦଳ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ପୋଲିସ ମୁଖ୍ୟାଳୟରେ ସାକ୍ଷାତ କରି 5ଟି ସଚିବଙ୍କ ଗସ୍ତ ବାତିଲ କରିବା ପାଇଁ ଦାବି କରାଯାଇଛି । ତେବେ ଆସନ୍ତା ୨୫ ତାରିଖରୁ ତିନି ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବାକୁ ରହିଥିବା 5ଟି ସଚିବଙ୍କ ଗ୍ରସ୍ତ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଥିବା କହି ଏହାକୁ ବାତିଲ କରିବା ପାଇଁ ଦାବି କରିଛି ବିଜେପି ।

ଦଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜଣେ ସରକାରୀ କର୍ମଚାରୀ ହୋଇ ରାଜନୀତି କରୁଛନ୍ତି। ଏହାସହ ଜନପ୍ରତିନିଧି ତଥା ପ୍ରଶାସନ ଉପରେ ଚାପ ପ୍ରୟୋଗ ଏଵଂ ବ୍ୟୟବହୁଳ ସଭାସମିତି କରି ଶାନ୍ତିପ୍ରିୟ ଓଡ଼ିଶାରେ ଚରମ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କୁ ଘୋର ବିରୋଧ କାରାଯାଉଛି। ସେପଟେ ସରକାରୀ କାର୍ଯ୍ୟକ୍ରମ ଆଳରେ ବିଜେଡ଼ିର ରାଜନୈତିକ ପ୍ରଚାର କରାଯାଉଥିବା ବିଜେପି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ପରୋକ୍ଷରେ ଭୋଟ ପ୍ରଚାରରେ ଲାଗିଛନ୍ତି । ହଜାର ହଜାର ଲୋକଙ୍କୁ ବୁହା ହୋଇ ସଭାସ୍ଥଳକୁ ନିଆଯାଉଛି । ସଭାମଞ୍ଚ ବିଜେଡ଼ି ରଙ୍ଗରେ ରଙ୍ଗାୟିତ ହେଉଛି । ବହୁ ଆଡ଼ମ୍ବରପୂର୍ଣ୍ଣ ସଭାମଞ୍ଚ ପ୍ରସ୍ତୁତ ହେଉଥିବା ବେଳେ ସଚିବ ହେଲିକ୍ଯାପ୍ଟର ଯୋଗେ ଗସ୍ତ କରି ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ କରୁଛନ୍ତି । ସଭାକୁ ଆସୁଥିବା ଲୋକଙ୍କୁ ମଜୁରୀ ସହିତ ଖିଆପିଆରେ ଆପ୍ୟାୟିତ କରାଯାଉଛି । ତେବେ ଏହା ଅଲ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ (ଏଆଇଏସସି)ରୁଲ, ୧୯୪୮ର ଉଲ୍ଲଂଘନ ହେଉଥିବା ନେଇ ବିଜେପି ପକ୍ଷରୁ ଏତଲାରେ ଦର୍ଶାଯାଇଛି ।

ଏହା ମଧ୍ୟ ପଡ଼ନ୍ତୁ.....5T Issue: ବିରୋଧ ସତ୍ତ୍ବେ ଜିଲ୍ଲା ଗସ୍ତ ଜାରି, ଗଣତନ୍ତ୍ର ପାଇଁ ଅଶୋଭନୟୀ କହିଲେ ସାଲୁଜା

ତେବେ ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଏଆଇଏସସି ରୁଲ ୫(୧) ଓ ୧୨(୧) ର ବିରୋଧାଚରଣ ହେଉଥିବାରୁ ସଚିବଙ୍କୁ ଏଥିରୁ ନିବୃତ୍ତ କରାଇବା ସହ ତାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି । ଯଦି ଏହାସତ୍ତ୍ୱେ ସଚିବ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସନ୍ତି ତେବେ ବିଜେପି ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଦଳୀୟ ନେତୃବୃନ୍ଦ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details