ଓଡିଶା

odisha

ETV Bharat / state

ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା, ଥାନାରେ ଏତଲା - ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା

ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା ନେଇ ଥାନାରେ ଏତଲା। ଅଧିକ ପଢନ୍ତୁ

bjp corporator fir against ganjam bjp president
bjp corporator fir against ganjam bjp president

By

Published : May 30, 2023, 12:47 PM IST

ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ କାଳିମାଡ ଓ ସ୍ଥାନୀୟ କର୍ପୋରେଟରଙ୍କୁ ଆକ୍ରମଣ ଘଟଣା । ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶରେ ଅନ୍ୟ ଦଳୀୟ ନେତୃବୃନ୍ଦ କର୍ପୋରେଟରଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ । ୨୭ ନଂ ୱାର୍ଡର ବିଜେପି ଦଳରୁ ନିର୍ବାଚନରେ ବିଜୟୀ ହୋଇଥିବା କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଏକାଧିକ ବିଜେପି କର୍ମୀ ଓ ନେତା ମାଡ଼ ମାରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି କର୍ପୋରେଟର ଜଣଙ୍କ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ପ୍ରଦାନ ପାଇଁ ଥାନାରେ ଏତଲା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଦାରେ ପଡିଲା ବିଜେପି ଗୋଷ୍ଠୀ କନ୍ଦଳ, ଜିଲ୍ଲା ସଭାପତିଙ୍କୁ କାଳିମାଡ କଲେ ଦଳୀୟ କର୍ମୀ

କର୍ପୋରେଟର ନୀଳକଣ୍ଠ ସାହୁ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ମାଆ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଁ ଯୋଗ ଦେବାକୁ ଆସିଥିବା ବେଳେ ଜିଲ୍ଲା ସଭାପତିଙ୍କୁ ଗୋ ବ୍ୟାକ୍‌ ନାରା ଦେଇ କିଛି ଲୋକ ବିରୋଧ କରିଥିଲେ । ସେହି ସମୟରେ ମୁଁ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ମୋତେ ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶରେ ଅନ୍ୟ ଦଳୀୟ ନେତୃବୃନ୍ଦ ମାଡ଼ ମାରିଥିଲେ । ମୋ ଜୀବନ ପ୍ରତି ବିପଦ ରହିଥିବା ନେଇ ମୋତେ ସୁରକ୍ଷା ପ୍ରଦାନ କରାଯାଉ । ଯଦି ମୋର କିଛି ଅସୁବିଧା ହୁଏ ତେବେ ବିଜେପି ଜିଲ୍ଲା ସଭାପତି ଦାୟୀ ରହିବେ ବୋଲି କର୍ପୋରେଟର ନୀଳକଣ୍ଠ ସାହୁ ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ସମସ୍ତ ଘଟଣା ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ହୋଇଥିବାରୁ ସେ ଘଟଣାକୁ ନେଇ ବିଚାର କରାଯିବ ବୋଲି କହିଛନ୍ତି କର୍ପୋରେଟର ନୀଳକଣ୍ଠ ସାହୁ । ସେପଟେ ଗଞ୍ଜାମ ଜିଲ୍ଲାର ବିଜେପିର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ-2024 Electon: ବ୍ରହ୍ମପୁରରେ BJPର ଶକ୍ତି ପ୍ରଦର୍ଶନ, ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ କହିଲେ ମନମୋହନ

ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ରବିବାର ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ଗ୍ରସ୍ତରେ ଆସିଥିଲେ । ଆଉ ଏହି ସମୟରେ ଦଳର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ଦଳୀୟ କର୍ମୀ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଉପରେ କାଳିମାଡ କରି ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଏହି ଘଟଣା ସ୍ଥାନୀୟ ଦଳୀୟ କର୍ପୋରେଟରଙ୍କ ଇଙ୍ଗିତରେ ହୋଇଥିବା ନେଇ ଅନ୍ୟ କେତେକ ବିଜେପି କର୍ପୋରେଟରଙ୍କୁ ଠେଲାପେଲା କରାଯାଇଥିଲା । ସେହି ସମୟରେ କର୍ପୋରେଟର ନୀଳକଣ୍ଠ ସାହୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details