ଓଡିଶା

odisha

ETV Bharat / state

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବିଜେପି ବିଜେଡି ମୁହାଁମୁହିଁ

Viksit Bharat Sankalp Yatra: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବିଜେପି ବିଜେଡି ମୁହାଁମୁହିଁ । ଅଧିକ ପଢ଼ନ୍ତୁ

viksit bharat sankalp yatra
viksit bharat sankalp yatra

By ETV Bharat Odisha Team

Published : Dec 20, 2023, 1:18 PM IST

viksit bharat sankalp yatra

ବ୍ରହ୍ମପୁର:ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବିଜେପି ବିଜେଡି ମୁହାଁମୁହିଁ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଗତ ସପ୍ତାହରେ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ସାବିଳିଆ ପଞ୍ଚାୟତରୁ ଆରମ୍ଭ ହୋଇଥିଲା ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏଥିରେ କେନ୍ଦ୍ର ସରକାରଙ୍କ ବିକାଶମୂଳକ ଓ ଜନହିତାଧିକାରୀ, କଲ୍ୟାଣକାରୀ ଯୋଜନାର ପ୍ରଚାର ରଥ ପଞ୍ଚାୟତରୁ ପଞ୍ଚାୟତ ବୁଲୁଥିବା ବେଳେ ଏହା ଏକ ରାଜନୈତିକ ବୟାନବାଜୀରେ ପରିଣତ ହୋଇଛି ।

ତେବେ ଏହା କେବଳ ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଉକ୍ତ ସଭାରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ଗେରୁଆ ବାନା ବେକରେ ପକାଇ ମାଳମାଳ ବିଜେପି ନେତା ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ଓ ଗରିବ କଲ୍ୟାଣ ଯୋଜନା ସଂପର୍କରେ ବଖାଣିଛନ୍ତି । ଯାହାକୁ ନେଇ ବିଜେଡି ଦଳର ନେତା ଓ କର୍ମୀମାନେ ଏହାର ପ୍ରତିବାଦ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗତକାଲି ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ପଞ୍ଚାୟତରେ ବିକାଶ ଯାତ୍ରା ସଂପାଦନ ବେଳେ ମଞ୍ଚ ଉପରେ ବିଜେଡି ବିଜେପି ନେତା ଓ ନେତ୍ରୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଖଲ୍ଲିକୋଟ ବ୍ଳକ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୋନମ ପଲେଇ ମଞ୍ଚ ଉପରେ ଭାଷଣ ଦେଇ ରାଜ୍ୟ ବିଜେଡି ସୁପ୍ରିମୋ ଜଣେ ବିକାଶ ପୁରୁଷ ଓ ୨୫ ବର୍ଷ ଧରି ଚାଲିଥିବା ସୁଶାସନରେ ଓଡ଼ିଶାର ଚାରି କୋଟି ଜନତା ବିକାଶର ସୁଫଳ ପାଇଛନ୍ତି । ନବୀନଙ୍କ ପ୍ରଚେଷ୍ଟା ଫଳରେ ଘର କୋଣରେ ଥିବା ମହିଳା ଆର୍ଥିକ ପ୍ରଗତି ଲାଭ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନାର ୨୦ ଭାଗ ମଧ୍ୟ ଓଡିଶା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ବୋଲି କହିଥିଲେ। ଏହାର ତୀବ୍ର ପ୍ରତିବାଦ କରି ମଞ୍ଚ ଉପରେ ଥିବା ଘୁମୁସର ଜିଲ୍ଲା ବିଜେପି ସଂପାଦକ ଯଜ୍ଞ ନାରାୟଣ ଦାସ ପ୍ରଧାନମନ୍ତ୍ରୀ ମୋଦିଙ୍କର ସମସ୍ତ କଲ୍ୟାଣକାରୀ ଯୋଜନା ଓଡିଶା ଲୋକଙ୍କ ପାଖରେ ପହଞ୍ଚି ଥିବା ବେଳେ ଯୋଜନା ଗୁଡିକର ନାମ ବଦଳାଇ ରାଜ୍ୟର ବିଜେଡି ସରକାର ହଡ଼ପ କରିବାରେ ଲାଗିଛି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ ଧର୍ମେନ୍ଦ୍ର

ଏଥିସହ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା, ଉଜ୍ବଳା ଯୋଜନା, ସ୍ବଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଅନେକ ଜନ ହିତକାରୀ ଯୋଜନାର ସୁଫଳ ଓଡ଼ିଶାର ଲୋକମାନେ ପାଇ ଆସୁଛନ୍ତି । ମୋଦି ଯାହା କହନ୍ତି, ତାହା କରନ୍ତି ଓ ଏହା ହେଉଛି ମୋଦି ଗ୍ୟାରେଣ୍ଟି ବୋଲି ଯଜ୍ଞ ନାରାୟଣ ଦାସ କହିଥିଲେ । ଏପରି ବୟାନବାଜୀ ଭିତରେ ମଞ୍ଚ ଉପରେ ବସିଥିବା ପଦସ୍ଥ ଅଧିକାରୀମାନେ ଝାଳନାଳ ହୋଇଥିଲେ ମଧ୍ୟ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିକାଶ ଯାତ୍ରାକୁ ନେଇ ବିଜେପି ବିଜେଡି ମଧ୍ୟରେ ଚାଲିଥିବା କସରତ କେତେ ସାଧାରଣ ଜନତା ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details