ବ୍ରହ୍ମପୁର:ଜାଳେଣୀ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ସହରର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ଏହି ଅବସରରେ ଦଳ ପକ୍ଷରୁ ସହରର ୪୦ଟି ୱାର୍ଡରୁ ଆସିଥିବା ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ ।
ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି - ganjam BJD RDC office gherao
ଜାଳେଣୀ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ସହରର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ଅଧିକ ପଢନ୍ତୁ
ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆର.ଡି.ସିଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମହିଳାଙ୍କୁ ଉଜ୍ବଳା ଯୋଜନାରେ ରୋଷେଇ କରିବା ପାଇଁ କୁହାଯାଉଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେପରି ଅହେତୁକ ଦର ବୃଦ୍ଧି କରାଯାଇଛି, ତାହାକୁ ସମାଲୋଚନା କରାଯାଇଥିବାବେଳେ ଜାଳେଣୀ ଗ୍ୟାସ ଦର ବୃଦ୍ଧି ନକମିବା ପର୍ଯ୍ୟନ୍ତ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଅବସରରେ ମହିଳାମାନେ କାଠ ଚୁଲିରେ ରୋଷେଇ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ