ଓଡିଶା

odisha

By ETV Bharat Odisha Team

Published : Dec 11, 2023, 9:44 AM IST

Updated : Dec 11, 2023, 7:09 PM IST

ETV Bharat / state

ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି, ଗଞ୍ଜାମରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

BJD executive body meeting: ଗୋପାଳପୁରରେ ଆୟୋଜିତ ହେଲା ଗଞ୍ଜାମ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଅଧିକ ପଢନ୍ତୁ

Etv Bharat
Etv Bharat

ଗଞ୍ଜାମରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର:ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଦଳକୁ ସଦୃଢ କରିବାରେ ଲାଗି ପଢିଛି ବିଜେଡି । ଗଞ୍ଜାମରେ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆୟୋଜିତ ହୋଇଯାଇଛି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଗୋପାଳପୁରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ବିଜେଡି ନେତା ସାମିଲ ହୋଇଥିଲେ । ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସମେତ ଦଳର ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର , ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ, ସୋସିଆଲ ମିଡିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରଖିଛନ୍ତି । ସଦାସର୍ଦବା ସେ ସାଧାରଣ ଜନତାଙ୍କ ଉଦ୍ଧେଶ୍ୟରେ ରହିଥିବାରୁ ଦଳ କେବଳ ନିର୍ବାଚନ ସମୟରେ କାର୍ଯ୍ୟ ନକରି ସବୁବେଳେ ଲୋକଙ୍କ ସହିତ ରହିଆସୁଛି । ବିଜେଡି କେବଳ ନିର୍ବାଚନ କେନ୍ଦ୍ରୀକ ନୁହେଁ ବୋଲି କହିଥିଲେ ଦଳର ବରିଷ୍ଠ ନେତା । ଏନେଇ ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ନିର୍ବାଚିତ ହୋଇଛନ୍ତି । ଏ ମାଟିରେ ଯେଉଁ ଉନ୍ନୟନ ମଊଲକ କାର୍ଯ୍ୟ ହୋଇଛି ଏବଂ ଆମ ସଂଗଠନର ଯେଉଁ ବ୍ୟାପକ ରହିଛି ତାକୁ ଆହୁରି କିପରି ଶାଣିତ କରାଯିବ ସେନଇ କାର୍ଯ୍ୟକାରିଣା ବୈଠକରେ ଆଲୋଚନା ହୋଇଛି । କିଭଳି ଗଞ୍ଜାମରେ ଆମର ଦଳ ଭଲ ପ୍ରଦର୍ଶନ କରିବ ସେଥି ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Congress Executive Meeting: ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ଚେଲ୍ଲାକୁମାର

ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, ନିର୍ବାଚନ ଆମ ପାଇଁ ସବୁକିଛି ନୁହଁ , ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବା ଆମ ପ୍ରକୃତ ଉଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଟିଏ ନିର୍ବାଚନ ପରେ ପେର ଆଉ ଗୋଟିଏ ନିର୍ବାଚନ ଆସୁ କି ନଆସୁ ଆମ ଦଳ କିନ୍ତୁ ଜନସେବା କରିବା ପାଇଁ ସବୁ ବେଳେ ପ୍ରସ୍ତୁତ ରହିଛି । ବହୁ ଦିନ ଧରି ଗଞ୍ଜାମରେ ଏହି ବୈଠକ ହୋଇନଥିଲା। ତେଣୁ ଏପରି ଏକ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 11, 2023, 7:09 PM IST

ABOUT THE AUTHOR

...view details