ଓଡିଶା

odisha

ETV Bharat / state

କାର୍ଗିଲ ବିଜୟ ଦିବସରେ ଶ୍ରୀନିବାସଙ୍କୁ ଝୁୁରୁଛି ଜନ୍ମମାଟି - ଏସ ଶ୍ରୀନିବାସ

୧୯୯୯ ଜୁନାଇ ୨୬ ତାରିଖରେ ଦେଶ ପାଇଥିଲା କାର୍ଗିଲ ଯୁଦ୍ଧରେ ବିଜୟ । ଯୁଦ୍ଧରେ ଶହୀଦ ହୋଇଥିବା ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମର ସ୍ବର୍ଗତ ଏସ୍.ଶ୍ରୀନିବାସ ପାତ୍ରଙ୍କୁ ଏହି ଅବସରରେ ଝୁରୁଛି ଜନ୍ମମାଟି । ଅଧିକ ପଢନ୍ତୁ...

କାର୍ଗିଲ ବିଜୟ ଦିବସରେ ଶ୍ରୀନିବାସଙ୍କୁ ଝୁରିଲା ଜନ୍ମମାଟି
କାର୍ଗିଲ ବିଜୟ ଦିବସରେ ଶ୍ରୀନିବାସଙ୍କୁ ଝୁରିଲା ଜନ୍ମମାଟି

By

Published : Jul 26, 2021, 7:01 PM IST

ବ୍ରହ୍ମପୁର: ୧୯୯୯ ମସିହା ଆଜିର ଦିନରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପରାସ୍ତ କରି ଭାରତୀୟ ବୀର ଯବାନ ଅଖଣ୍ଡ ଭାରତର ରଖିଥିଲେ ଟେକ । ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ସାମରିକ ଯୁଦ୍ଧର ଆଜିର ଦିନରେ ହୋଇଥିଲା ଅନ୍ତ । ଭାରତୀୟ ସେନାର ବୀରତ୍ବ ସୌର୍ଯ୍ୟ ଆଗରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ଅର୍ଥାତ, ୧୯୯୯ ଜୁନାଇ ୨୬ ତାରିଖରେ ଦେଶ ପାଇଥିଲା କାର୍ଗିଲ ଯୁଦ୍ଧରେ ବିଜୟ ।

କାର୍ଗିଲ ବିଜୟ ଦିବସରେ ଶ୍ରୀନିବାସଙ୍କୁ ଝୁରିଲା ଜନ୍ମମାଟି

ଏହି ବିଜୟକୁ ସ୍ମରଣୀୟ ଓ ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଓ ସ୍ମୃତିଚାରଣ ପାଇଁ ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ଭାବରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଯୁଦ୍ଧରେ ଶହୀଦ ହୋଇଥିବା ୫୨୭ ଜଣ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ଆଜି ମନେପକାଇ ସେହି ବୀରଙ୍କ ସ୍ମୃତିଚାରାଣ କରାଯାଇଛି। କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମର ସ୍ବର୍ଗତ ଏସ୍.ଶ୍ରୀନିବାସ ପାତ୍ରଙ୍କୁ ଏହି ଅବସରରେ ଝୂରୁଛି ଜନ୍ମମାଟି । ଯୁଦ୍ଧରେ ଶତ୍ରୁପକ୍ଷକୁ ଦମନ କରିବା ପାଇଁ ସ୍ବର୍ଗତ ଶ୍ରୀନିବାସଙ୍କ ସାହାସିକତା ଓ ବୀରତ୍ବକୁ ମନେପକାଇଥିଲେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ। ଏହି ଅବସରରେ ସ୍ବର୍ଗତ ଶହୀଦଙ୍କ ଜନ୍ମମାଟିରେ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details