ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ବୁଦାଗଡରୁ ଉଦ୍ଧାର ହେଲା ୧୧ ଫୁଟର ଅହିରାଜ । ଜିଲ୍ଲାର ସୁରଙ୍ଗି ସେକ୍ସନର ବୁଦାଗଡ ଗ୍ରାମରୁ ୧୧ ଫୁଟର ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛି ବନ ବିଭାଗ । ଉକ୍ତ ଗ୍ରାମର ଗୌଡ ସାହିରେ ଦୁଇଟି ଅହିରାଜ ଖେଳୁଥିବାର ଗ୍ରାମବାସୀ ଦେଖିବାପରେ ବନ ବିଭାଗକୁ ଖବର ଦେଇଥିଲେ ।
ପାତ୍ରପୁରରୁ ୧୧ ଫୁଟର ଅହିରାଜ ଉଦ୍ଧାର - ୧୧ ଫୁଟର ଅହିରାଜ ଉଦ୍ଧାର ଖବର
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ବୁଦାଗଡରୁ ଉଦ୍ଧାର ହେଲା ୧୧ ଫୁଟର ଅହିରାଜ । ଅଧିକ ପଢନ୍ତୁ
ଏହାପରେ ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାରକାରୀ ଟିମ ପହଞ୍ଚିବା ସମୟରେ ଗୋଟିଏ ସାପ, ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘର ନାଳରେ ପଶି ଯାଇଥିଲା । ଅନ୍ୟପଟେ ସେଠାରେ ବୁଲୁଥିବା ଅହିରାଜ ସାପଟିକୁ କୌଶଳକ୍ରମେ କାବୁ କରିଥିଲେ ବନ ବିଭାଗ କର୍ମଚାରୀ । ନଳାରେ ଫଶିଥିବା ସାପଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ କରିଥିଲେ ମଧ୍ୟ ସାପଟିକୁ ଉଦ୍ଧାର ହୋଇପାରି ନଥିଲା । ତେବେ ପରେ ଉଦ୍ଧାର ଅହିରାଜ ସାପକୁ ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟରେ ଛଡାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ ଜିତେନ୍ଦ୍ର ଦାସ, ତରୁଣ ଶବର, ସନ୍ତୋଷ ବେହେରା, ସରତ ପାଇକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ