ଓଡିଶା

odisha

ETV Bharat / state

ମା’ଙ୍କ ମେଲାଣି ପାଇଁ ପ୍ରସ୍ତୁତ ରେଶମ ସହର

ପାଟ ପଟୁଆର ସାଙ୍ଗକୁ ବାଦ୍ୟ ଯନ୍ତ୍ରରେ ତାଳେ ତାଳେ ବିଦାୟ ନେବେ ମା' ଦୁର୍ଗା । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରେଶମ ସହର ବ୍ରହ୍ମପୁର । ଅଧିକ ପଢନ୍ତୁ...

By

Published : Oct 9, 2019, 6:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଧରାପୃଷ୍ଠରୁ ବିଦାୟ ନେବେ ଜଗତ ଜନନୀ ମା’ ଦୁର୍ଗା । ପରମ୍ପରା ଅନୁଯାୟୀ ବିଜୟା ଦଶମୀ ପରେ ମା'ଙ୍କୁ ଦିଆଯାଏ ମେଲାଣି । ପୂଜା ରୀତିନୀତି ସାଙ୍ଗକୁ ପାରମ୍ପାରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ମା' ଙ୍କୁ ବିସର୍ଜନ କରିଥାନ୍ତି ଭକ୍ତ ।

ଭସାଣୀ ପାଇଁ ପ୍ରସ୍ତୁତ ବ୍ରହ୍ମପୁର

ବ୍ରହ୍ମପୁର ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଇ ଆସୁଥିବା ଜଗତ ଜନନୀଙ୍କୁ ଆଜି ମେଲାଣି ଦିଆଯିବ । ପଟୁଆର ମାଧ୍ୟମରେ ପୂଜା କମିଟି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ଅନ୍ୟପଟେ ସହରରେ ଶାନ୍ତି ଶୃଙ୍ଖଳା ସାଙ୍ଗକୁ ଭସାଣୀ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାମ୍ପନ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ପୋଲିସ ପ୍ରଶାସନ ।

ସେହିପରି ମା'ଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ମଧ୍ୟ ପ୍ରଶାସନ ପକ୍ଷରୁ ଖନନ କରାଯାଇଛି । ଜଳ ପ୍ରଦୂଷଣ ରୋକିବାକୁ ପ୍ରଶାସନ ଏପରି ଅସ୍ଥାୟୀ ପୋଖରୀ କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details