ଭଞ୍ଜନଗର:ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର (MI Division)ର ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ।
Vigilance Raid: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଚାଲିଛି ଚଢାଉ
ଭିଜିଲାନ୍ସ ପଞ୍ଝାରେ ନିର୍ବାହୀ ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍ । ଅଧିକ ପଢନ୍ତୁ
Vigilance Raid: ଭିଜିଲାନ୍ସ ଜାଲରେ MI ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଚାଲିଛି ଚଢାଉ
ଏକକାଳୀନ ଖୋର୍ଦ୍ଧା ଓ ଗଞ୍ଜାମର ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଭଞ୍ଜନଗର ଠାରେ ଥିବା ସରକାରୀ ବାସଭବନ, ସରକାରୀ କାର୍ଯ୍ୟାଳୟ, ଖଲିକୋଟ ପୌତ୍ରିକ ବାସଭବନ ଓ ଭୁବନେଶ୍ବର ଖଣ୍ଡଗିରି ଠାରେ ଥିବା ବଡ ଅଟାଳିକା ଭଳି 6ଟି ସ୍ଥାନରେ ଏକ କାଳୀନ ଚଢାଉ ଆରମ୍ଭ ଚାଲିଛି । ଏହି ଚଢାଉରେ 5 ଜଣ ଡିଏସପି, 11 ଜଣ ଇନସ୍ପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ସ୍ବତନ୍ତ୍ର ଓଡିଶା ଭିଜିଲାନ୍ସ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଚାଲିଛି ଖୋଳତାଡ । ଚଢାଉ ସମୟରେ ଅନେକ ସମ୍ପତ୍ତି ଠାବ ହୋଇଥିବା ସୂଚନା ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ