ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଚଢାଉ, 20 ଲିଟର ଦେଶୀ ମଦ ସହ 2 ଗିରଫ - ଭଞ୍ଜନଗର ଅବକାରୀ ବିଭାଗ

ଭଞ୍ଜନଗର ଅବକାରୀ ବିଭାଗ ଦ୍ୱାରା ବାଇକ ସହ 20 ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ।ସେମାନଙ୍କୁ ମେଡିକାଲ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ କହିଛନ୍ତି ।

bhanjanagar-excise-raid-20-ltr-desi-wine-seize-two-arrested
ଭଞ୍ଜନଗର ଅବକାରୀ ବିଭାଗ ଚଢାଉ 20 ଲିଟର ଦେଶୀ ମଦ ସହ ଦୁଇ ଗିରଫ

By

Published : May 12, 2020, 7:21 PM IST

ଭଞ୍ଜନଗର: କୋରୋନା ମହାମାରୀରେ ସାରା ରାଜ୍ୟ ଲକଡାଉନ ଥିବାବେଳେ ମଦ ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଭଞ୍ଜନଗର ଅବକାରୀ ବିଭାଗ ବାଇକ ସହ 20 ଲିଟର ଦେଶୀ ମଦ ଜବତ ଏହା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଅବକାରୀ ବିଭାଗ ଚଢାଉ 20 ଲିଟର ଦେଶୀ ମଦ ସହ ଦୁଇ ଗିରଫ

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜି ରମ୍ଭାରୁ ବାଇକ ଯୋଗେ ଦେଶୀ ମଦ ମୁଜାଗଡ଼ ଆସୁଥିବା ଜଣାପଡିଥିଲା । କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗର କର୍ମଚାରୀ ମାନେ ନିଧିଆ ପଲ୍ଲୀ ଛକ ଠାରେ କାବୁ କରିଥିଲେ । ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିବା ସହ ବାଇକ ଓ 20 ଲିଟର ଦେଶୀ ମଦ ଜବତ କରିଛି । ଗିରଫ ଦୁଇଜଣ ମଦ ବ୍ୟବସାୟୀ ହେଲେ ମୁଜାଗଡ଼ ଗ୍ରାମର କାଶୀ ପ୍ରଧାନ ,ଚିତ୍ତ ରଞ୍ଜନ ସ୍ବାଇଁ । ସେମାନଙ୍କୁ ମେଡିକାଲ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ପାର୍ଥସାରଥୀ ରାଉତ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ABOUT THE AUTHOR

...view details