ଭଞ୍ଜନଗର: କୋରୋନା ପାଇଁ ସାରା ଦେଶ ଲକଡାଉନ । ଦୋକାନ ବଜାର ବନ୍ଦ ଥିବାବେଳେ ଚୋରାମଦ ବେପାରୀ ସକ୍ରିୟ ହୋଇଉଠିଛନ୍ତି । ତେବେ ଗୁରୁବାର ଦିନ ଚୋରା ବେପାର କରୁଥିବା 3ଜଣଙ୍କୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନଙ୍କ ଠାରୁ 60 ଲିଟର ଦେଶୀ ମଦ ଜବତ କରାଯାଇଛି ।
ଭଞ୍ଜନଗର ଅବକାରୀ ବିଭାଗର ଚଢାଉ, 3 ମଦ ବେପାରୀ ଗିରଫ - Bhanjanagar excise Department raid
ଚୋରା ବେପାର କରୁଥିବା 3ଜଣଙ୍କୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
![ଭଞ୍ଜନଗର ଅବକାରୀ ବିଭାଗର ଚଢାଉ, 3 ମଦ ବେପାରୀ ଗିରଫ bhanjanagar-excise-department-raid-3-liquor-dealers-arrested](https://etvbharatimages.akamaized.net/etvbharat/prod-images/768-512-6818326-thumbnail-3x2-screenshot-1468.jpg)
ଭଞ୍ଜନଗର ଅବକାରୀ ବିଭାଗର ଚଢାଉ, 3 ମଦ ବେପାରୀ ଗିରଫ
ଭଞ୍ଜନଗର ଅବକାରୀ ବିଭାଗର ଚଢାଉ, 3 ମଦ ବେପାରୀ ଗିରଫ
ଗିରଫ ବ୍ୟକ୍ତିମାନେ ହେଲେ ଆକାଶ ନାୟକ, ମିଟୁ ନାୟକ ଓ ଚରଣ ନାୟକ । ସୂଚନାଥାଉକି, 3 ଜଣ ଚୋରା ମଦ ଧରି ଗଣ୍ଡାଧାର ଗ୍ରାମରୁ ଚୋପରା ଯାଉଥିବାବେଳେ ଚିକିଲି ଗ୍ରାମଠାରେ ଅବକାରୀ ବିଭାଗ କାବୁ କରି ଗିରଫ କରିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ