ଓଡିଶା

odisha

By

Published : Jun 20, 2020, 3:20 PM IST

ETV Bharat / state

2 ପଜିଟିଭ ଚିହ୍ନଟ ପରେ ଭଞ୍ଜନଗର ବାରୁଡା ଗାଁ କଣ୍ଟେନମେଣ୍ଟ ଜୋନ

ଭଞ୍ଜନଗର ବ୍ଲକ ବାରୁଡା ପଞ୍ଚାୟତର ବାରୁଡା ଗ୍ରାମରୁ 2 ଜଣ କୋରୋନା ପଜିଟିଭ ବାହାରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

2 ପଜିଟିଭ ଚିହ୍ନଟ ପରେ ଭଞ୍ଜନଗର ବାରୁଡା ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା
2 ପଜିଟିଭ ଚିହ୍ନଟ ପରେ ଭଞ୍ଜନଗର ବାରୁଡା ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଗଞ୍ଜାମ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହି କ୍ରମରେ ଶନିବାର 57 ଜଣ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଭଞ୍ଜନଗର ବ୍ଲକ ବାରୁଡା ପଞ୍ଚାୟତର ବାରୁଡା ଗ୍ରାମରୁ 2 ଜଣ କୋରୋନା ପଜିଟିଭ ବାହାରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

2 ପଜିଟିଭ ଚିହ୍ନଟ ପରେ ଭଞ୍ଜନଗର ବାରୁଡା ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । ଗ୍ରାମକୁ ପ୍ରବେଶ ନିଷେଧ ଥିବାବେଳେ ଗ୍ରାମରୁ ବାହାରକୁ କାହାରିକୁ ଛଡାଯାଉନାହିଁ । ଦୁଇ କୋରୋନା ଆକ୍ରାନ୍ତଙ୍କୁ ଭଞ୍ଜନଗର କୋଭିଡ କେୟାରକୁ ପଠାଇ ଦିଆଯାଇଛି । ଏହାସହ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଗାଁରେ ପହଞ୍ଚି ସ୍ଥିତି ପରଖି ଫେରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details