ଭଞ୍ଜନଗର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଲକଡାଉନ ପାଳନ କରାଯାଉଛି । ଏହାକୁ ମୁକାବିଲା କରିବାକୁ ହେଲେ ଲକଡାଉନ ହିଁ ଏକମାତ୍ର ମହାଷୌଧି । ତଥାପି ଗାଁ ଗହଳିର ଲୋକେ ଏକ ପ୍ରକାର ଏହାକୁ ବେଖାତିର କରୁଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ଭୋଜିକୁ ବନ୍ଦ କରିଛି ପ୍ରଶାସନ ।
ଲକଡାଉନ ନମାନି ଚାଲିଥିଲା ବିବାହ ଭୋଜି, ବନ୍ଦ କଲା ପ୍ରଶାସନ - marriage party in ganjam
ଗାଁ ଗହଳିର ଲୋକେ ଏକ ପ୍ରକାର ଲକଡାଉନକୁ ବେଖାତିର କରୁଥିବା ବେଳେ ଗତକାଲି(ଗୁରୁବାର) ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ଭୋଜିକୁ ବନ୍ଦ କରିଛି ପ୍ରଶାସନ । ଅଧିକ ପଢନ୍ତୁ...
ଲକଡାଉନ ନମାନି ଚାଲିଥିଲା ବିବାହ ଭୋଜି, ବନ୍ଦ କଲା ପ୍ରଶାସନ
ଲକଡାଉନ ନମାନି ଚାଲିଥିଲା ବିବାହ ଭୋଜି, ବନ୍ଦ କଲା ପ୍ରଶାସନ
ଶେରଗଡ ବ୍ଳକ ହାଡିଚିରା ଗାଁରେ ବିବାହ ଭୋଜି ଚାଲିଥିବା ବେଳେ ପ୍ରଶାସନ ପହଞ୍ଚି ବନ୍ଦ କରିଥିବା ବେଳେ ପୋଲସରା ଥାନା ରୁମାଗଡରେ ଚାଲିଥିବା ଭୋଜିକୁ ମଧ୍ୟ ବନ୍ଦ କରିଛି ପୋଲିସ । ଏଥିସହ ରୋଷେୟାକୁ ତାଗିଦ କରିଥିବା ବେଳେ ଜରିମାନା ପକାଇଥିବା ମଧ୍ୟ ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ