ଓଡିଶା

odisha

ETV Bharat / state

ସ୍କୁଲ ସାମନାରେ ‘ସ୍ବଚ୍ଛ ଭାରତ’ ଫେଲ, ଗଦା ହେଉଛି କୁଢକୁଢ ଅଳିଆ - bhanja nagar school faces sanitation problem

ସ୍କୁଲ ଗେଟ୍ ସମ୍ମୁଖରେ ପଡିରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଗଞ୍ଜାମ ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ପରିମଳରେ ଅବ୍ୟବସ୍ଥା ।

ବିଦ୍ୟାଳୟ ପରିମଳରେ ଅବ୍ୟବସ୍ଥା, ସ୍କୁଲ ଆଗରେ ଅଳିଆ ଗଦା

By

Published : Sep 25, 2019, 5:21 PM IST

ଭଞ୍ଜନଗର: ଗଞ୍ଜାମ ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ପରିମଳରେ ଅବ୍ୟବସ୍ଥା । ସ୍କୁଲ ଗେଟ୍ ସମ୍ମୁଖରେ ପଡିରହିଛି କୁଢ଼କୁଢ଼ ଅଳିଆ ଅବର୍ଜନା ।

ବିଦ୍ୟାଳୟ ପରିମଳରେ ଅବ୍ୟବସ୍ଥା, ସ୍କୁଲ ଆଗରେ ଅଳିଆ ଗଦା

ସ୍କୁଲକୁ ରାତି ପାହିଲେ ଶହଶହ କୁନିକୁନି ପିଲା ପାଠ ପଢିବାକୁ ଆସିଥାନ୍ତି । କିନ୍ତୁ ସ୍କୁଲ ସମ୍ମୁଖରେ ଯେପରି ଅଳିଆ ଆବର୍ଜନା ଗଦା ହୋଇଛି କେଉଁ ମୁହୂର୍ତ୍ତରେ ଯେ ପିଲାମାନେ ରୋଗରେ ଆକ୍ରାନ୍ତ ହେବେ ତାହା କହି ହେବନାହିଁ ।

ସରକାର ସ୍ବଚ୍ଛ ଭାରତ ନାମରେ ଲୋକଙ୍କୁ ସଚେତନ କରିବା ସାଙ୍ଗକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କିଛି ଅସାମାଜିକ ଲୋକଙ୍କ ପାଇଁ ଆଜି ସମାଜ କଳୁଷିତ ହେବାକୁ ଯାଉଛି । ତେବେ ସ୍କୁଲକୁ ଲାଗି ଜଣଙ୍କର ଜାଗା ରହିଛି ଆଉ ସେ ପ୍ରତିଦିନ ନିଜ ଘରର ଅଳିଆ ଆବର୍ଜନା ସ୍କୁଲ ପାଖରେ ପକାଉଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜାଗା ମାଲିକ ସଚି ପ୍ରଧାନଙ୍କ ସହିତ ଅନେକଥର ବଚସା ମଧ୍ୟ ହୋଇଛି । ମାତ୍ର କିଛି ସୁଫଳ ମିଳିନାହିଁ । ବର୍ତ୍ତମାନ ସ୍କୁଲ ସମ୍ମୁଖରୁ ଅବର୍ଜନା ହଟାଇବାକୁ ଦାବି ହେଉଥିବାବେଳେ ଏ ସମ୍ପର୍କରେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅବଗତ କରାଇବା ନେଇ କହିଛନ୍ତି ସ୍କୁଲ ଶିକ୍ଷକ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details