ବ୍ରହ୍ମପୁର: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ବ୍ରହ୍ମପୁର ସହରରେ ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି । ସହରର ଗାନ୍ଧୀନଗର ଛକ ଠାରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ସହ ଧାରଣାରେ ବସି ରହିଥିଲେ କଂଗ୍ରେସର କର୍ମକର୍ତ୍ତା ମାନେ ।
ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁର ଯୁବ କଂଗ୍ରେସର ପ୍ରତିବାଦ - attack on rahul gandhi
ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ବ୍ରହ୍ମପୁର ସହରରେ ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...
![ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁର ଯୁବ କଂଗ୍ରେସର ପ୍ରତିବାଦ Berhampur Youth Congress Protest the attack on rahul gandhi](https://etvbharatimages.akamaized.net/etvbharat/prod-images/768-512-9042027-thumbnail-3x2-bhmpr.jpg)
ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ
ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁର ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ
ଏଥିରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପଦ୍ମଚରଣ ସାହୁଙ୍କ ସମେତ ଦଳର ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ରହିଥିଲେ । ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ