ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଜପତି ରାୟଗଡ ପଞ୍ଚାୟତ ସମିତିରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାକାଳୀନ 4ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ।
ଯନ୍ତ୍ରୀଙ୍କ ବ୍ରହ୍ମପୁର ସହରର ଗୋପବନ୍ଧୁ ନଗର ସ୍ଥିତ ସ୍ପୋଟମ୍ ମାଳତୀ ଫ୍ଲାଟ ସମେତ ବ୍ରହ୍ମପୁର ସହରର ଜ୍ୟୋତିନଗର ଅଞ୍ଚଳରେ ରହିଥିବା ଦୁଇ ମହଲା କୋଠା, ଦିଗପହଣ୍ଡି ଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଏବଂ ଗଜପତି ଜିଲ୍ଲାର ଆର୍.ଉଦୟଗିରି ସ୍ଥିତ ଛେଳିଗଡ ସରକାରୀ ବାସଭବନରେ ଏହି ଚଢାଉ କରାଯାଇଛି ।