ଓଡିଶା

odisha

ETV Bharat / state

ସେମିଷ୍ଟାର ପରୀକ୍ଷା ପରିବର୍ତ୍ତନ ଦାବିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସେମିଷ୍ଟାର ପରୀକ୍ଷା ପରିବର୍ତ୍ତନ ଦାବିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଆନ୍ଦୋଳନ ପରେ ନରମିଲେ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

By

Published : Feb 12, 2023, 9:49 AM IST

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବ୍ରହ୍ମପୁର: ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ପରୀକ୍ଷା ତାରିଖ ପରିବର୍ତ୍ତନକୁ ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ । ଶନିବାର ଦିନ ଛାତ୍ରଛାତ୍ରୀମାନେ କିଛି ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିବା ପରେ ନରମିଲେ କର୍ତ୍ତୃପକ୍ଷ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟାର ପରୀକ୍ଷା ପରିବର୍ତ୍ତନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଶେଷରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି କର୍ତ୍ତୃପକ୍ଷ । ଶନିବାର ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଭବନ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଠ୍ୟକ୍ରମର ସିଲାବସ୍ ଅନୁଯାୟୀ ପାଠ୍ୟଖସଡା ଶେଷ ହୋଇନଥିବା ବେଳେ କର୍ତ୍ତୃପକ୍ଷ ଅତ୍ୟନ୍ତ ତରବରିଆ ଭାବରେ ଆସନ୍ତା ୧୪ ତାରିଖରୁ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ ।

କିଛି ଘଣ୍ଟାର ବିକ୍ଷୋଭ ପରେ ନିଜ କଥାରୁ ଓହରିଥିଲେ କର୍ତ୍ତୃପକ୍ଷ । ଏହାକୁ ନେଇ ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ପରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ପରୀକ୍ଷାକୁ ପୋଷ୍ଟପଣ୍ଡ କରାଯାଇଥିବା ଏକ ନୋଟିସ୍ ମାଧ୍ୟମରେ ଅବଗତ କରାଯାଇଛି । ସେପଟେ ଆନ୍ଦୋଳନରତ ବିଦ୍ୟାର୍ଥୀମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗାମୀ ଦିନରେ ତଦନ୍ତ ଦାବି କରି କୂଳାଧିପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ ଉଦ୍‌ଘାଟିତ, ଯୋଗଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଏହି ଘଟଣାକୁ ନେଇ ଆନ୍ଦୋଳନ ଛାତ୍ର କହିଥିଲେ, " ଆମର ପାଠକ୍ରମ ଶେଷ ନହେଉଣୁ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି । ଭିସି ଜାଣିଶୁଣି ନୋଟିସ କରି ଛୁଟିରେ ଚାଲିଯାଉଛନ୍ତି । ଆମେ ଏନେଇ ଅଭିଯୋଗ କରିଲେ କଲେଜରୁ ବାହାର କରିଦେବା ସହ ପେପର ବ୍ୟାକ ଲଗାଇଦେବେ ବୋଲି ଧମକ ଦେଉଛନ୍ତି । ଏହାସହ ରାଜନୀତି ନେଇ ନାନା ପ୍ରକାର କଥା ପ୍ରବର୍ତ୍ତାଉଛନ୍ତି । ଆମେ ଏହାକୁ ବିରୋଧ କରୁଛୁ । ବିଶ୍ବବିଦ୍ୟାଳୟରେ ନୂଆ କୂଳପତି ଆସିଲା ପରେ ଛାତ୍ରଛାତ୍ରୀଙ୍କ ମନରେ ଏକ ଖୁସିଥିଲା । କିନ୍ତୁ ବର୍ତ୍ତମାନ ଚିତ୍ର ଓଲଟା ହୋଇଯାଇଛି । ନାନା ସମସ୍ୟା ଦେଇ ଗତି କରୁଛନ୍ତି ଛାତ୍ରଛାତ୍ରୀ । ଏନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଏହାସହ ପାଠ ପଢା ନସରୁଣୁ ପରୀକ୍ଷା କରୁଛନ୍ତି । ଯଦି ପରୀକ୍ଷା ବାତିଲ ନେଇ ଯଦି କେହି ଭିସିଙ୍କ ନିକଟକୁ ଆସନ୍ତି ତେବେ ଏଚଓଡି ଦାୟୀ ରହିବେ ବୋଲି ଭିସି ଧମକ ଦେଉଛନ୍ତି । ଏଭଳି କାର୍ଯ୍ୟକୁ ନିନ୍ଦା କରୁଛୁ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details