ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଙ୍କ ମୃତ୍ୟୁ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରବାସ ବା ପଞ୍ଚମ ହଷ୍ଟେଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ର ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର ତାରିଣୀ ପ୍ରସାଦ ବିଶ୍ୱାଳ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଆଇ.ଆର୍.ପି.ଏମ୍ ବିଭାଗର ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ:ବିଜେଡିର ମହିଳା ସମାବେଶକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କଲେ ଟଙ୍କଧର
ପୋଲିସର ସୂଚନା ଅନୁଯାୟୀ, ଶନିବାର ଛାତ୍ର ଜଣଙ୍କ ନିଜ ରୁମରୁ ନବାହାରିବାରୁ ଅନ୍ୟ ଛାତ୍ରମାନେ ସନ୍ଦେହ କରିଥିଲେ । ତାଙ୍କୁ ଯେତେ ଡାକିଲେ ମଧ୍ୟ ସେ ଶୁଣିନଥିଲେ । ତେଣୁ ଛାତ୍ରାବାସ ପଛପାଖକୁ ଯାଇ ଦେଖିଲା ବେଳେ ଛାତ୍ର ଜଣଙ୍କ ଝୁଲନ୍ତା ଅବସ୍ଥାରେ ରହିଛନ୍ତି । ଏନେଇ ତୁରନ୍ତ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ପରିବାର ଲୋକେ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ଏଭଳି ଚରମ ପଦକ୍ଷେପ ନେବାକୁ ଚିନ୍ତା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।