ବ୍ରହ୍ମପୁର:କଠିନ ପରିଶ୍ରମ ଆଣି ଦେଲା ସଫଳତା । ବାରମ୍ବାର ହାରିଲେ ହେଲେ ମନୋବଳ କମିନଥିଲା ଆଉ ଏହି ସଙ୍କଳ୍ପ ଲକ୍ଷ୍ୟ ପଥରେ ପହଞ୍ଚାଇଲା । ଏନସିସି କ୍ୟାଡେଟରୁ ସେନା ଅଫିସର ହେବା ଯାତ୍ରା ସହଜ ନଥିଲା । ସାମରିକ ବିଭାଗର ଅଧିକାରୀ ନିଯୁକ୍ତି ପାଇଁ କରିଥିଲେ କଠିନ ପରିଶ୍ରମ । ଆଉ ଶେଷରେ ସଫଳତା ମଧ୍ୟ ପାଇଲେ ବ୍ରହ୍ମପୁରର ସୁଦୀପ କୁମାର ସାହୁ । ଭାରତୀୟ ସୈନ୍ୟବାହିନୀର ନିଯୁକ୍ତି ଚୟନ ପରୀକ୍ଷାରେ ୪୩ତମ ସ୍ଥାନ ହାସଲ କରିଛନ୍ତି ବ୍ରହ୍ମପୁରର ସୁଦିପ କୁମାର ସାହୁ । ଜଣେ ଭାରତୀୟ ସେନାବାହିନୀର ଅଧିକାରୀ ଭାବରେ ଚୟନ ହୋଇଛନ୍ତି ।
ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ଭାବରେ ଅଧ୍ୟୟନ କରୁଥିବା ସମୟରେ ଭାରତୀୟ ସୈନ୍ୟବାହିନୀର ଜଣେ ଅଧିକାରୀ ହେବେ ବୋଲି ସ୍ବପ୍ନ ଦେଖିଥିଲେ ସୁଦୀପ । ଦେଶ ମାତୃକାର ସେବା କରିବା ନେଇ ସଂକଳ୍ପ ନେଇଥିଲେ। ଆଉ ଏହାକୁ ନେଇ ବିଶ୍ବବିଦ୍ୟାଳୟରେ ରହିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ନାମ ଲେଖାଇଥିଲେ । ସେଠାରୁ ସି ସାର୍ଟିଫିକେଟ୍ ପ୍ରମାଣ ପତ୍ର ପାଇଥିଲେ । ଅଧ୍ୟୟନ ଶେଷରେ ସେହି ପ୍ରମାଣପତ୍ର ବଳରେ ସିଧାସଳଖ ଭାରତୀୟ ସୈନ୍ୟବାହିନୀରେ ରହିଥିବା ଅଫିସର ଟ୍ରେନିଙ୍ଗ ଏକାଡମୀରେ ନିଯୁକ୍ତି ପାଇବା ପାଇଁ ରହିଥିବା ସୁଯୋଗକୁ ନେଇ ଆବେଦନ କରିଥିଲେ । ଆଉ ଶେଷରେ ସର୍ବଭାରତୀୟ ସ୍ତରରେ ହୋଇଥିବା ନିଯୁକ୍ତି ଚୟନ ପରୀକ୍ଷାରେ ୪୩ତମ ସ୍ଥାନ ହାସଲ କରି ବ୍ରହ୍ମପୁରର ସୁଦୀପ କୁମାର ସାହୁ । ଜଣେ ଭାରତୀୟ ସେନାବାହିନୀର ଅଧିକାରୀ ଭାବରେ ଚୟନ ହୋଇଛନ୍ତି । ପୁଅର ଏ ସଫଳତାରେ ଆଜି ଗର୍ବ କରୁଛି ପରିବାର।
ଏହା ବି ପଢନ୍ତୁ...Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ