ଓଡିଶା

odisha

କଲେଜ ଛାତ୍ରୀଙ୍କୁ ଘାରିଛି ରିଲ୍ସ ନିଶା, ଚାରି ମହଲା ଛାତରେ ଠିଆ ହୋଇ ବିପଦଜନକ ଭାବେ ଭିଡ଼ିଓ ସୁଟିଂ

By ETV Bharat Odisha Team

Published : Sep 9, 2023, 10:53 PM IST

ବ୍ରହ୍ମପୁର ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ଯାଳୟ ଛାତ୍ରୀଙ୍କ ବିପଦଜନକ ରିଲ୍ସ ଭିଡିଓ ଭାଇରାଲ । ଚାରି ମହଲା ଛାତ ଉପରେ ଠିଆ ହୋଇ କରୁଛନ୍ତି ଭିଡ଼ିଓ । ଅଧିକ ପଢ଼ନ୍ତୁ

students makes reel at college rooftop
ଛାତ୍ରୀଙ୍କ ବିପଦଜନକ ରିଲ୍ସ ଭିଡିଓ ଭାଇରାଲ

ଛାତ୍ରୀଙ୍କ ବିପଦଜନକ ରିଲ୍ସ ଭିଡିଓ ଭାଇରାଲ

ବ୍ରହ୍ମପୁର: ରିଲ୍ସ ନିଶାରେ ପାଗଳ ଯୁବପିଢ଼ି । ରାତାରାତି ଭାଇରାଲ ହେବା ନିଶାରେ କରୁଛନ୍ତି ବିପଦଜନକ ଭିଡ଼ିଓ ସୁଟିଂ । ବ୍ରହ୍ମପୁର ସହରର ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ଯାଳୟରୁ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି । କଲେଜ ଛାତ ଉପରେ ଠିଆ ହୋଇ ବିପଦଜନକ ଭାବେ ଭିଡ଼ିଓ ଉତ୍ତୋଳନ କରୁଛନ୍ତି ଦୁଇ ଛାତ୍ରୀ । ଯାହାର ଭିଡ଼ିଓ ଭାଇରାଲ ହୋଇଛି । ତେବେ ଭାଇରାଲ ଭିଡ଼ିଓ ଉପରେ ସଫେଇ ଏହା ପୁରୁଣା ଭିଡ଼ିଓ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ଯାଳୟର ଚାରି ମହଲା ଛାତ ଉପରେ ତିନି ରୁ ଚାରି ଜଣ ଛାତ୍ରୀ ଅସାବଧାନତା ଭାବେ ଠିଆ ହୋଇ ରିଲ୍ସ ଏବଂ ଭିଡିଓ ପ୍ରସ୍ତୁତ କରୁଛନ୍ତି । ବେଫିକର ଭାବେ ଚାଲୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଛାତ୍ରୀମାନେ ଭିଡ଼ିଓ କରୁଥିବା ବେଳେ ସେହି ରାସ୍ତାରେ ଯାଉଥିବା କିଛି ବ୍ଯକ୍ତି ବିଶେଷ ଏହି ଭିଡିଓକୁ ସୁଟିଂ କରିଥିବା ଅନୁମାନ କରାଯାଉଛି । ସୋସିଆଲ ମିଡ଼ିଆରେ ଭିଡ଼ିଓଟି ଆସିବା ପରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ୟୁନିଫର୍ମରୁ ଛାତ୍ରୀମାନେ ଯୁକ୍ତ ଦୁଇର ହୋଇଥିବା ଜଣାପଡୁଛି । କିନ୍ତୁ ଛାତ୍ରୀମାନେ ମହାବିଦ୍ୟାଳୟର ଚାରି ମହଲା କୋଠା ଉପରକୁ କିପରି ଗଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ:କିମିଆ କଲା ରିଲ୍ସ ନିଶା: ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଗଳି ପଡିଲେ ସ୍କୁଲ ଛାତ୍ର

ଭିଡ଼ିଓ ପଦାକୁ ଆସିବା ପରେ ଏହାକୁ ନେଇ ସଫେଇ ଦେଇଛନ୍ତି ମହାବିଦ୍ୟାଳୟର ଅଧ୍ଯକ୍ଷ କାହ୍ନୁ ଚରଣ ପାଢୀ । ଘଟଣାରେ ଭାଇରାଲ ହୋଇଥିବା ଭିଡିଓ ଏକ ପୁରାତନ ଭିଡିଓ ବୋଲି କହିଥିବା ବେଳେ ଏନେଇ ଏକ ନୋଟିସ ଜାରି ହୋଇଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମହାବିଦ୍ୟାଳୟର ଛାତ ଉପରକୁ ଯିବା ପାଇଁ କାହାରିକୁ ଅନୁମତି ଦିଆଯାଉ ନାହିଁ । ଗତ ଦେଢ ବର୍ଷ ଧରି କଲେଜ ପକ୍ଷରୁ ଛାତ ଉପରକୁ ଯିବାକୁ ଥିବା ରାସ୍ତାକୁ ତାଲା ପକାଇ ଦିଆଯାଇଛି । ଏପରିକି ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କୁ ଏହି ନୂତନ କୋଠାକୁ ଆସିବାକୁ ଅନୁମତି ନଥିବା ବେଳେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଆସୁଛନ୍ତି । ହେଲେ କିଏ ଏବଂ କାହିଁକି ଏପରି ଭିଡିଓ କରି ଭାଇରାଲ କଲେ ତାହା ପରବର୍ତ୍ତୀ ସମୟରେ ତଦନ୍ତ ପରେ ଜଣାପଡିବ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details