ଓଡିଶା

odisha

ETV Bharat / state

Hockey World Cup Opening Ceremonyର ସିଧାପ୍ରସାରଣ ଦେଖିଲେ ରେଶମ ସହରବାସୀ - ବ୍ରହ୍ମପୁର ଖବର

ବସ୍ତି ଠାରୁ ଆରମ୍ଭ କରି ପ୍ରମୁଖ ସ୍ଥାନରେ ସିଧା ପ୍ରସାରଣରେ ବିଶ୍ୱକପ୍ ଉଦଘାଟନୀ ଦେଖିଲେ ରେଶମ ସହରବାସୀ । ଅଧିକ ପଢ଼ନ୍ତୁ

Berhampur people watched  World Cup live
ବିଶ୍ୱକପ୍ ଉଦଘାଟନୀ ଦେଖିଲେ ରେଶମ ସହରବାସୀ

By

Published : Jan 12, 2023, 10:34 AM IST

ବ୍ରହ୍ମପୁର:ବସ୍ତି ଠାରୁ ଆରମ୍ଭ କରି ପ୍ରମୁଖ ସ୍ଥାନରେ ସିଧା ପ୍ରସାରଣରେ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମର ହେଲା ପ୍ରସାରଣ । ଦେଖିଲେ ରେଶମ ସହରବାସିନ୍ଦା । ବ୍ରହ୍ମପୁର ସହରରେ ୧୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଯେପରି ଉଦଘାଟନୀ କାର୍ଯ୍ୟକ୍ରମର ସାମୁହିକ ଭାବରେ ବଡ ସ୍କ୍ରିନ୍ ମାଧ୍ୟମରେ ଲାଇଭ୍ ଷ୍ଟିମିଙ୍ଗ୍ ଦେଖିବାର ସୁଯୋଗ ପାଇବେ ସେ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରାଯାଇଥିଲା ବ୍ୟବସ୍ଥା । ଏନେଇ ସହରର ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳପଡିଆ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ଯେଉଁଥିରେ ସାମିଲ ହୋଇଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ ଏବଂ ଡେପୁଟି ମେୟର ଇ.ବିବେକ ରେଡି । ସେପଟେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯେପରି ଜିଲ୍ଲାର ସମସ୍ତ ସ୍ଥାନରେ ଜନସାଧାରଣ ରାଜ୍ୟରେ ଦ୍ୱିତୀୟଥର ପାଇଁ ଆୟୋଜିତ ହେଉଥିବା ହକିବିଶ୍ୱ କପର ଉଦଘାଟନୀ କାର୍ଯ୍ୟକ୍ରମକୁ ଯେପରି ଦେଖିପାରିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ସେପଟେ ବ୍ରହ୍ମପୁର ସହରର ବସ୍ତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମୁଖ ସ୍ଥାନ ସମେତ ଇଞ୍ଜିନିୟରିଙ୍ଗ ସ୍କୁଲ ଖେଳପଡିଆରେ ଆୟୋଜିତ ହେବାକୁ ରହିଥିବା ସିଲ୍କ୍ ସିଟି ଫେଷ୍ଟିଭାଲ ପଡିଆକୁ ମିଶାଯାଇ ମୋଟ ୬୯ଟି ସ୍ଥାନରେ ଏପରି ବ୍ୟବସ୍ଥା କରାଯାଇଥିଲା ।

ସେପଟେ ମହୋତ୍ସବ ସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ଶ୍ରବଣ ବିବେକ ଏମ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତିଭାଶନ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସିଂଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ନିର୍ବାଚିତ କର୍ପୋରେଟର ଉପସ୍ଥିତ ଥିଲେ । ଅନ୍ୟପଟେ ରାଜ୍ୟରେ ଦ୍ୱିତୀୟ ବିଶ୍ୱକପ୍ ଉଦଘାଟନୀ ସମୟରେ ରାଜ୍ୟବ୍ୟାପୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।

ବାରବାଟୀ ଷ୍ଟାଡିୟମରେ ଅପରାହ୍ନରେ ଆରମ୍ଭ ହୋଇଥିଲା ହକି ବିଶ୍ବକପ ୨୦୨୩ ଉଦ୍‌ଘାଟନୀ ଉତ୍ସବ । ଉତ୍ସବରେ ବିଶ୍ବକପରେ ଭାଗ ନେଇଥିବା ହକି ବିଶ୍ବକପ ଟ୍ରଫି ଉନ୍ମୋଚନ କରି ସମସ୍ତ ୧୬ଟି ଦଳର ଖେଳାଳିଙ୍କୁ ଓଡ଼ିଶାକୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ହକି ବିଶ୍ବକପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମାରୋହରେ ବଲିଉଡ ଅଭିନେତା ରଣଭୀର ସିଂଙ୍କ ଦମଦାର ଡ୍ୟାନ୍ସକୁ ନେଇ ଝୁମିଥିଲେ ଦର୍ଶକ । ଅଲଗା ଅନ୍ଦାଜରେ ଷ୍ଟେଜକୁ ଏଣ୍ଟ୍ରି କରିଥିଲେ ରଣଭୀର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମୁଥିଲା କଟକ ବାରବାଟୀ ଷ୍ଟାଡିୟମ । ଯାହାକୁ ଦେଖି ଖୁସି ପ୍ରକାଶ କରିଥିଲେ ବ୍ରହ୍ମପୁର ବାସିନ୍ଦା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details