ବ୍ରହ୍ମପୁର:ସହରରେ ଥିବା ସମସ୍ତ କଚ୍ଚା ରାସ୍ତାକୁ ପକ୍କା କରିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ । ଖୁବଶୀଘ୍ର ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ସହରର କଚ୍ଚା ରାସ୍ତାର ତାଲିକା ସରକାରଙ୍କୁ ପଠାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।
ବ୍ରହ୍ମପୁର ମହାନଗର ନିଗମର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମୁଖ୍ୟତଃ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଜଳ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ନୂତନ ଯୋଜନା ମାଧ୍ୟମରେ ସହରର କଚ୍ଚା ରାସ୍ତାର ତାଲିକା ରାଜ୍ୟ ସରକାରଙ୍କୁ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମସ୍ତ କଚ୍ଚା ରାସ୍ତା ଉପରେ ମେଟାଲିଂ କରି ଫେଭର ବ୍ଳକ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସମ୍ପ୍ରତି ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି ୱାର୍ଡରେ ପ୍ରାୟ ୬୯ ଗୋଟି ରାସ୍ତା ପାଇଁ ୧୯କୋଟି ୭୫ ଲକ୍ଷ ୬୬ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି । କମ୍ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ତାଲିକା ପ୍ରଦାନ କରିବା ପରେ ଆଉ ବାକି ରହିଯାଇଥିବା ନିଜ ୱାର୍ଡର କର୍ପୋରେଟରମାନେ ତାଲିକା ପ୍ରଦାନ କଲେ ତାହାକୁ ପୁଣି ସରକାରଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଉଛି ।