ବ୍ରହ୍ମପୁର:ଗଞ୍ଜାମ IISER ବ୍ରହ୍ମପୁର ଏବଂ କାଜିନାର୍ଜୁଲ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ମାନେ ଦୀର୍ଘ ୨ ବର୍ଷ ଗବେଷଣା ପରେ ପାଇଛନ୍ତି ସଫଳତା । ସେମାନେ କୋରୋନା ମହାମାରୀର ସମସ୍ତ ଭାରିଏଣ୍ଟ ବିରୋଧରେ ଲଢିବା ପାଇଁ ସକ୍ଷମ ଥିବା ଟିକା ଅଭିସ୍ କୋଭାକ୍(AbhiSCoVac)ର ଉଦ୍ଭାବନ କରିଛନ୍ତି । କେବଳ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ବୈଜ୍ଞାନିକମାନେ ଅପେକ୍ଷା କରିଥିବା କହିଛନ୍ତି ।
ଏହି ଟିକା ସମ୍ପର୍କରେ ଆର୍ନ୍ତଜାତିକ ପତ୍ରିକା Journal Of Molecular liquids ରେ ପ୍ରକାଶିତ ହୋଇଛି । ଏହି ଗବେଷଣାଟି IISER ବ୍ରହ୍ମପୁରର ବୈଜ୍ଞାନିକ ଡ. ମଳୟ କୁମାର ରଣା , ଡ. ପାର୍ଥସାରଥୀ ସେନଗୁପ୍ତା ଏବଂ ସରୋଜ କୁମାର ପଣ୍ଡା ଓ କାଜିନାର୍ଜୁଲ ବିଶ୍ବବିଦ୍ୟାଳୟର ୨ ବୈଜ୍ଞାନିକ ଡ. ସୁପ୍ରଭାତ ମୁର୍ଖାଜୀ ଓ ଅଭିଜ୍ଞାନ ଚୌଧୁରୀଙ୍କ ତତ୍ତ୍ବାବଧାନରେ କରାଯାଇଥିଲା । ଏହି ପାଞ୍ଚ ଜଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଗବେଷଣାଟି Cumputer Stimulation ପ୍ରଣାଳୀରେ ହୋଇଥିଲା ।