ଓଡିଶା

odisha

ETV Bharat / state

ଆଜି ମଧ୍ୟରାତ୍ରରେ ଆସିବେ ମା' ବୁଢୀ ଠାକୁରାଣୀ, ମୁଖ୍ୟପୀଠରେ ପୂଜାର୍ଚ୍ଚନା ସହ ଦିଆଗଲା ନିମନ୍ତ୍ରଣ ଡାକରା - ମୁଖ୍ୟପୀଠରେ ପୂଜାର୍ଚ୍ଚନା ସହ ଦିଆଗଲା ନିମନ୍ତ୍ରଣ ଡାକରା

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ମା'ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ମୁଖ୍ୟପୀଠରେ ପୂଜାର୍ଚ୍ଚନା ସହ ଦିଆଗଲା ନିମନ୍ତ୍ରଣ ଡାକରା । ଅଧିକ ପଢ଼ନ୍ତୁ

ଆଜି ମଧ୍ୟରାତ୍ରରେ ଆସିବେ ମା' ବୁଢୀ ଠାକୁରାଣୀ
ଆଜି ମଧ୍ୟରାତ୍ରରେ ଆସିବେ ମା' ବୁଢୀ ଠାକୁରାଣୀ

By

Published : Apr 4, 2023, 5:58 PM IST

ଆଜି ମଧ୍ୟରାତ୍ରରେ ଆସିବେ ମା' ବୁଢୀ ଠାକୁରାଣୀ

ବ୍ରହ୍ମପୁର: ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ମଙ୍ଗଳବାର ସକାଳ ସମୟରୁ ମା'ଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା । ଆଜି ପ୍ରଥମେ ଦେଶୀବେହେରା ସାହି ସମେତ ବ୍ରହ୍ମପୁର ସହର ବାସିନ୍ଦାଙ୍କୁ ଯାତ୍ରା ସଂପର୍କରେ ଅବଗତ କରାଇବା ନିମନ୍ତେ ଧେଣ୍ଡୁରା ଦିଆଯାଇଥିଲା । ଏହାପରେ ମା'ଙ୍କ ବାପଘର ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ତୀଥି ଓ ସମୟ ସମ୍ପର୍କରେ ମା'ଙ୍କ ମୁଖ୍ୟ ପୀଠକୁ ଆସି ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର କର୍ମକର୍ତ୍ତାଙ୍କୁ ଏନେଇ ଅବଗତ କରାଇଥିଲେ ।

ମା'ଙ୍କ ମୁଖ୍ୟ ପୀଠରେ ପୂଜାର୍ଚ୍ଚନା ପରେ ମା'ଙ୍କ ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀବେହେରାଙ୍କ ସମେତ ତାଙ୍କ ପରିବାର ବର୍ଗ ଏବଂ ସାହି ବାସିନ୍ଦା ସହରର ସାନ ଠାକୁରାଣୀ ଭାବରେ ପରିଚିତ ମା' କାଳିକା ଠାକୁରାଣୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରି ନିମନ୍ତ୍ରଣ ଡାକରା ଦେଇଛନ୍ତି । ସେପଟେ ରାତି ୧୧.୪୦ ମିନିଟ୍ ସମୟରେ ମା'ଙ୍କ ଆଜ୍ଞାମାଳ ଆଣିବା ପାଇଁ ଦେଶୀବେହେରା ସାହିରୁ ଏକ ଶୋଭାଯାତ୍ରା ବାହାରିବ । ଏହାପୂର୍ବରୁ ମା'ଙ୍କ ଅସ୍ଥାୟୀ ମନ୍ଦିରରେ ମହିଳା ଭକ୍ତମାନେ ଝୋଟି ପକାଇବା ସହ ମା'ଙ୍କ ଫୁଲ ଚାଙ୍ଗୁଡ଼ି ପୂଜାର୍ଚ୍ଚନା କରାଯିବ । ଏପରିକି ମା' ଆସିବା ପୂର୍ବରୁ ଯାତ୍ରାର ପ୍ରଥମ ଦିନରେ ଦିଗ ବନ୍ଧନ କରାଯିବାର ପରମ୍ପରା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ..ଉପକୂଳ ରାଜପଥ ଯୋଜନାରେ ଗଞ୍ଜାମକୁ ଅବହେଳା ! ବାଟ ହୁଡ଼ୁଛି ପରିବେଶ ମନ୍ତ୍ରଣାଳୟ

ସେପଟେ ମା'ଙ୍କୁ ନିମନ୍ତ୍ରଣ ଡାକରା ସମୟରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହିଥିଲେ । ଗୋଟିଏ ପଟେ ମା'ଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ହୋଇ ରହିଥିବା ବେଳେ ଚଳିତବର୍ଷ ମା'ଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହୋଇ ମେ ପହିଲାରେ ଶେଷ ହେବ । ଯାତ୍ରାକୁ ଯେପରି ଶାନ୍ତିଶୃଙ୍ଖଳାର ସହିତ ଆୟୋଜନ କରାଯିବ ତାହାକୁ ନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ମା'ଙ୍କ ମୁଖ୍ୟ ପୀଠରେ ପୂଜାର୍ଚ୍ଚନା କରିବାକୁ ଯାଇଥିବା ଯାତ୍ରାର ମୁଖ୍ୟ ପରିଚାଳକ ଦୁର୍ଗାପ୍ରସାଦ ଦେଶୀବେହେରା, ସାହି ବାସିନ୍ଦା ଏବଂ ବ୍ରହ୍ମପୁର ସାଂସଦଙ୍କ ସହିତ ଏନେଇ ଅଧିକ ଆଲୋଚନା କରିଥିଲେ ଆମ ପ୍ରତନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details