ଓଡିଶା

odisha

ETV Bharat / state

Deepika-Dinesh controversy: ଡିଏନଏ ରିପୋର୍ଟ କହିଲା କିଏ ଦୀପିକାଙ୍କ ସନ୍ତାନର ବାପା - ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ

ଡିଏନଏ ରିପୋର୍ଟ ଆସିବା ପରେ ପୋଷ୍ଟର କରି ପ୍ରେମିକ ଦିନେଶର ଘର ସମୁଖରେ ଧାରଣାରେ ବସିଲେ କେ ଦୀପିକା । ଅଧିକ ପଢନ୍ତୁ

Berhampur Deepika Dinesh Case
Berhampur Deepika Dinesh Case

By

Published : Aug 11, 2023, 11:33 AM IST

Updated : Aug 11, 2023, 4:07 PM IST

ଡିଏନଏ ରିପୋର୍ଟ କହିଲା କିଏ ଦୀପିକାଙ୍କ ସନ୍ତାନର ବାପା

ବ୍ରହ୍ମପୁର:ସାମ୍ନାକୁ ଆସିଲା ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ । ଦୀପିକାଙ୍କ ଗର୍ଭରୁ ଜନ୍ମିତ ଶିଶୁପୁତ୍ରର ବାପା ହେଉଛନ୍ତି ଦିନେଶ । ଡିଏନଏ ରିପୋର୍ଟରେ ଦୀପିକା ଓ ଦିନେଶ ବାପା ମାଆ ହୋଇଥିବା ଉଲ୍ଲେଖ । ରାଜ୍ୟ ଫରେନସିକ୍‌ ଲ୍ୟାବରେ ଏହି ରିପୋର୍ଟ ଆସିଛି । ଏହାକୁ ପୋଷ୍ଟର କରି ପ୍ରେମିକ ଦିନେଶର ଘର ସମୁଖରେ ଧାରଣାରେ ବସିଛନ୍ତି ଦୀପିକା । ଏବେ କଣ ହେବ ଦୀପିକାଙ୍କ ସନ୍ତାନରେ ଭାଗ୍ୟ ତାକୁ ନେଇ ଉଠୁଛି ପ୍ରଶ୍ନ ।

ଗତକାଲି(ଗୁରୁବାର) ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । 2022ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲ୍ୟାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଗତ 2021ରେ ହୋଇଥିବା ମାମଲାରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । 2022ରେ ଏହି ରିପୋର୍ଟକୁ ଏସ୍‌ଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସ୍‌ପିଙ୍କୁ ପ୍ରଦାନ କରିଥିଲା । ସ୍ତ୍ରୀର ମାନ୍ୟତା ଦାବି କରି ଦୀର୍ଘ ଦିନ ହେଲା ଶାଶୁ ଘର ଆଗରେ ଧାରଣାରେ ବସିଥିଲେ ବ୍ରହ୍ମପୁରର କେ. ଦୀପିକା ।

ଦୀର୍ଘ ଦିନରେ ବିରତି ପରେ ଗୁରୁବାର ବ୍ରହ୍ମପୁରର ଦେଶୀବେହେରା ସାହିରେ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ ଦୀପିକା । ପୁଅକୁ ବାପାର ପରିଚୟ ଓ ନ୍ୟାୟ ପାଇବା ପାଇଁ 6 ମାସ ପରେ ପୁଣି ଧାରଣା ଦେଇଛନ୍ତି ଦୀପିକା । ଡିଏନଏ ରିପୋର୍ଟ ମିଳିଲେ ଛୁଆକୁ ବାପାର ପରିଚୟ ମିଳିପାରିବ ବୋଲି ଦୀପିକା କହିଥିଲେ । କିନ୍ତୁ ନ୍ୟାୟ ମିଳିବା ଓ ଡିଏନଏ ରିପୋର୍ଟ ମିଳିବାରେ ବିଳମ୍ବ ହେବାରୁ ସେ ପୁଣିଥରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଡିଏନ୍‌ଏ ରିପୋର୍ଟ ସାମ୍ନାକୁ ଆସିବା ପରେ ଏହାକୁ ପୋଷ୍ଟର କରି ଦିନେଶଙ୍କ ଘର ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଗତକାଲି ସେ ଧାରଣା ଦେବାକୁ ଆସିଥିବା ବେଳେ ଦିନେଶଙ୍କ ପରିବାର ତାଙ୍କ ଉପରକୁ ଲଙ୍କାଗୁଣ୍ଡ ମିଶା ଯାଇଥିବା ପାଣି ଫିଙ୍ଗିଥିବାର ଅଭିଯୋଗ କରିଥିଲେ ଦୀପିକା । ଏ ସମ୍ପର୍କରେ ସେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ପୁଅକୁ ବାପାର ପରିଚୟ ଦାବି: ପୁଣିଥରେ ଦିନେଶଙ୍କ ଘର ସାମ୍ନାରେ ବସିଲେ ଦୀପିକା

ସ୍ତ୍ରୀର ଅଧିକାର ଓ ପୁଅକୁ ତା'ର ବାପାର ପରିଚୟ ପ୍ରଦାନ ଦାବିରେ 2022 ଅଗଷ୍ଟ ମାସରେ ଦୀପିକା ପ୍ରେମିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଦେଇଥିଲେ । ଦୀର୍ଘ ମାସ ଧରି ଧାରଣାରେ ବସିବା ପରେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖି ଧାରଣାରୁ ଓହରିଥିଲେ । କିନ୍ତୁ ନ୍ୟାୟ ମିଳିବାରେ ବିଳମ୍ବ ଏବଂ ତାଙ୍କୁ ଡିଏନଏ ରିପୋର୍ଟ ମିଳିବାରେ ଡେରି ହେବା ପରେ ଆଉ ଥରେ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 11, 2023, 4:07 PM IST

ABOUT THE AUTHOR

...view details