ବ୍ରହ୍ମପୁର:ସହରରେ ରହିଥିବା ବାହାନା ନାଳ ଓ ସାପୁଆ ନାଳର ଉନ୍ନତି ପାଇଁ ଅନୁଦାନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ ପ୍ରତିନିଧି ।
ବ୍ରହ୍ମପୁର ସହର ଦେଇ ଯାଇଥିବା ସାପୁଆ ଓ ବାହାନା ନାଳର ଉନ୍ନତିକରଣ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହାପରେ ବୁଧବାର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାର ଉପକୂଳବର୍ତ୍ତୀ ୯ଟି ଜିଲ୍ଲାର ୧୭ଟି ଅବବାହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳରେ ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ସହରାଞ୍ଚଳ ଦେଇ ଯାଇଥିବା ନାଳ ଗୁଡିକର ଉନ୍ନତି ପାଇଁ ଗତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ: ଅଭିଯୁକ୍ତକୁ ଜେଲ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂର୍ବରୁ ୨୦୧୯-୨୦ ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ । ସେହିପରି ୨୦୨୩-୨୪ରେ ଅନ୍ୟ ଡ୍ରେନେଜ ମାନଙ୍କର କାର୍ଯ୍ୟ ପାଇଁ ୫ ଶହ କୋଟିକୁ ବୃଦ୍ଧି କରି ୮ ଶହ କୋଟି ଟଙ୍କା ସରକାରଙ୍କ ତରଫରୁ ମଞ୍ଜୁର କରାଯାଇଛି । ବର୍ତ୍ତମାନ ୮୩୭୯୬ ହେକ୍ଟର ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ୪୨୮୨ କିଲୋମିଟର ଡ୍ରେନେଜ ନିର୍ମାଣ କରିବା ପାଇଁ ପ୍ରକଳ୍ପ ମଞ୍ଜୁର କରିଛନ୍ତି ।