ଓଡିଶା

odisha

ETV Bharat / state

ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ - ସଚ୍ଚୋଟତା

ବ୍ରହ୍ମପୁର ଅଟୋ ଚାଳକଙ୍କ ସଚ୍ଚୋଟତା । ଅଳଙ୍କାର ନଗଦ ଟଙ୍କା ଭର୍ତ୍ତି ଥିବା ବ୍ୟାଗକୁ ଯାତ୍ରୀଙ୍କୁ ଫେରାଇ ସାଉଣ୍ଟିଲେ ପ୍ରଶଂସା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 27, 2023, 10:30 PM IST

ଯାତ୍ରୀଙ୍କୁ ଫେରାଇଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌

ବ୍ରହ୍ମପୁର: ସୁନା, ରୂପା ଅଳଙ୍କାର ସାଙ୍ଗକୁ ନଗଦ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଫେରାଇଲେ ଅଟୋ ଚାଳକ ଟି.ସିମାଦ୍ରି । ନିଜର ମାନବିକତା ଓ ମହାନତାର ପରିଚୟ ଦେଖାଇ ଏବେ ସେ ଚର୍ଚ୍ଚାରେ। ବ୍ରହ୍ମପୁର ସହରର ରେଳଷ୍ଟେସନରେ କାର୍ଯ୍ୟରତ ଅଟୋଚାଳକଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଅଭାବ ଅନଟନ ସତ୍ତ୍ବେ ସେ ଲୋଭର ବଶବର୍ତ୍ତୀ ହୋଇନଥିଲେ । ବରଂ ଅଟୋରେ ଛାଡ଼ିଯାଇଥିବା ଯାତ୍ରୀଙ୍କ ବ୍ୟାଗକୁ ତାଙ୍କ ଘରେ ଯାଇ ଫେରାଇ ନିଜ ସଚ୍ଚୋଟତାର ବଳିଷ୍ଠ ପ୍ରମାଣ ଦେଇଛନ୍ତି ।

ବ୍ରହ୍ମପୁର ସହରକୁ ଜଣେ ରାଜ୍ୟ ବାହାରର ଯାତ୍ରୀ ନିଜ ସମ୍ପର୍କୀୟଙ୍କ ଘରକୁ ଟ୍ରେନ ଯୋଗେ ସ୍ଥାନୀୟ ରେଳଷ୍ଟେସନରେ ପହଞ୍ଚିଥିଲେ । ରେଳଷ୍ଟେସନ ବାହାରକୁ ଆସି ଷ୍ଟେସନ ସମୁଖରେ ରହିଥିବା ଅଟୋ ଷ୍ଟାଣ୍ଡରେ ସହରର ଗୋଷାଣିନୂଆଗାଁ ସ୍ଥିତ ଶକ୍ତିନଗର ଅଞ୍ଚଳକୁ ଯିବା ପାଇଁ ଅଟୋଚାଳକ ଟି.ସିମାଦ୍ରି ପାତ୍ରଙ୍କ ସହିତ ଆଲୋଚନା କରିଥିଲେ । ଏହାରି ବାବଦରେ ରହିଥିବା ଅଟୋ ଭଡା ସମ୍ପର୍କରେ ସିମାଦ୍ରୀ ଓ ଯାତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ ହେବା ପରେ ସେହି ଯାତ୍ରୀଙ୍କୁ ନେଇ ତାଙ୍କ ନିର୍ଦ୍ଧାରିତ ସ୍ଥାନରେ ଛାଡି ଆସିଯାଇଥିଲେ ଅଟୋ ଚାଳକ ଜଣକ । ଆଉ ଏହା ପରେ ପୁଣି କିଛି ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ବସଷ୍ଟାଣ୍ଟ ଅଭିମୁଖେ ବାହାରିଥିଲେ।

ଏହା ବି ପଢନ୍ତୁ- ସୁନାପୁରକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦେବାକୁ ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଟିମ

ହେଲେ ବସଷ୍ଟାଣ୍ଟରେ ଯାତ୍ରୀମାନେ ଓଲ୍ଲାଇଯିବା ପରେ ଅଟୋ ମଧ୍ୟରେ ଏକ ବ୍ୟାଗ ରହିଥିବା ଦେଖିଥିଲେ ଅଟୋଚାଳକ ସିମାଦ୍ରୀ । ଉକ୍ତ ବ୍ୟାଗ କାହାର ବୋଲି ପଚରାଉଚରା କରିବା ପରେ ଅଟୋ ରିକ୍ସା ଷ୍ଟାଣ୍ଡକୁ ଉକ୍ତ ବ୍ୟାଗକୁ ଆଣି ଖୋଲାଯାଇଥିଲା । ଆଉ ସେହି ସମୟରେ ବ୍ୟାଗ ମଧ୍ୟରେ ସୁନା, ରୂପା, ଟଙ୍କା, ଲାପଟପଠାରୁ ଆରମ୍ଭ କରି ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ରହିଥିବା ବେଳେ ମିଳିଥିବା ପରିଚୟ ପତ୍ରକୁ ଦେଖି ପୂର୍ବରୁ ଗୋଷାଣିନୂଆଗାଁ ସ୍ଥିତ ଶକ୍ତିନଗର ଅଞ୍ଚଳରେ ଛାଡି ଆସିଥିବା ଯାତ୍ରୀଙ୍କ ବ୍ୟାଗ୍ ବୋଲି ଚିହ୍ନଟ କରିଥିଲେ ସିମାଦ୍ରି । ଏହାପରେ ଅନ୍ୟ ସାଥୀମାନଙ୍କ ସହିତ ତୁରନ୍ତ ଯାଇ ସେହି ବ୍ୟାଗକୁ ଫେରାଇ ନିଜର ମହାନତାର ପରିଚୟ ଦେଇଥିଲେ ।

ଏହି ଘଟଣା ଜଣାପଡିବା ପରେ ବ୍ରହ୍ମପୁରର ଅଟୋଚାଳକ ଟି.ସିମାଦ୍ରି ପାତ୍ରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ସହିତ ସହରର କିଛି ବ୍ୟକ୍ତିବିଶେଷ ଏବଂ ଶକ୍ତିନଗର ୟୁଥ୍‌ କମିଟି ପକ୍ଷରୁ ଅଟୋଚାଳକ ସିମାଦ୍ରିଙ୍କୁ ରେଳଷ୍ଟେସନ ସମ୍ମୁଖରେ ଫୁଲତୋଡା ଦେଇ ସମ୍ମାନିତ କରାଯାଇଛି । ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ଅଟୋ ଚାଳକଙ୍କର ଅନେକ ମହାନତା କାର୍ଯ୍ୟ ଦେଖିବାକୁ ମିଳିଥିବା ବେଳେ ବ୍ରହ୍ମପୁରର ଅଟୋଚାଳକ ଟି.ସିମାଦ୍ରି ପାତ୍ରଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଓ ଉଦାହରଣ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details