ଓଡିଶା

odisha

ETV Bharat / state

ଭତ୍ତା ଟଙ୍କା ପାଇଁ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ - ଭତ୍ତା

ଯାତାୟର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଲିମାଗୋଚ୍ଛା ପଞ୍ଚାୟତର ହିତାଧିକାରୀ । ଅଧିକ ପଢନ୍ତୁ...

ଯାତାୟତର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ
ଯାତାୟତର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ

By

Published : Oct 29, 2021, 11:11 AM IST

ଭଞ୍ଜନଗର:ଭତ୍ତା ଟଙ୍କା ପାଇବାକୁ ହଟହଟା ।ଗ୍ରାମରେ ଯାତାୟତର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ । ଗଞ୍ଜାମ ଜିଲ୍ଲାର ସାଲିମାଗୋଚ୍ଛା ପଞ୍ଚାୟତ ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବୃଦ୍ଧ ଓ ବୃଦ୍ଧା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ତେବେ ପୂର୍ବରୁ ଭତ୍ତା ଟଙ୍କା ବଣ୍ଟନ କରାଯାଉଥିବା ବେଳେ ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି । କିନ୍ତୁ ପଞ୍ଚାୟତରେ ବ୍ୟାଙ୍କ ନଥିବାରୁ ଟଙ୍କା ଉଠାଇବାକୁ ନେଇ ଗ୍ରାମରୁ ୩୫ କିଲୋମିଟର ଦୂରରେ ଥିବା ବଡଗଡ ଗ୍ରାମକୁ ଯିବାକୁ ପଡେ ।

ଯାତାୟତର ସୁବିଧା ନଥିବାରୁ ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ

ହେଲେ ଏହି ଗାଁକୁ ଯାତାୟତ ପାଇଁ ମାତ୍ର ଗୋଟିଏ ବସ୍‌ ରହିଛି । ଯାହା ସକାଳୁ ସାଲିମାଗୋଛାରୁ ବାହାରିଲେ ରାତି ୯ଟାରେ ଫେରିଥାଏ । ସେପଟେ ଅଟୋରେ ଯାତାୟତ କରିବାକୁ ହେଲେ ୩୦୦ଟଙ୍କା ଭଡା ଦେବାକୁ ପଡୁଥିବା ବେଳେ ବ୍ୟାଙ୍କକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ହିତାଧିକାରୀ । ତେବେ ଯାତାୟତର ସୁବିଧାନଥିବାରୁ ଭତ୍ତା ଟଙ୍କା ପଞ୍ଚାୟତରେ ବଣ୍ଟନ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details