ଓଡିଶା

odisha

ETV Bharat / state

ବିଭିନ୍ନ ସମସ୍ୟା ନେଇ BeMC ଅଫିସ ଘେରାଉ କରିଲା ବିଜେପି - ବ୍ରହ୍ମପୁର ଖବର

ବ୍ରହ୍ମପୁର ସହରର ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଏନେଇ ବିଏମସିର ପ୍ରମୁଖ ସମସ୍ୟା ନେଇ ନିଗମ କାର୍ଯ୍ୟାଳୟ ଘେରିଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ବିଭିନ୍ନ ସମସ୍ୟା ନେଇ ବିଏମସି ଅଫିସ ଘେରାଉ କରିଲା ବିଜେପି
ବିଭିନ୍ନ ସମସ୍ୟା ନେଇ ବିଏମସି ଅଫିସ ଘେରାଉ କରିଲା ବିଜେପି

By

Published : Aug 24, 2022, 10:01 AM IST

ବ୍ରହ୍ମପୁର: ବିଏମସିର ପ୍ରମୁଖ ସମସ୍ୟା ନେଇ ନିଗମ କାର୍ଯ୍ୟାଳୟ ଘେରିଲା ଜିଲ୍ଲା ବିଜେପି । ବ୍ରହ୍ମପୁରରେ ଅସରାଏ ବର୍ଷାରେ ସାରା ସହରର ବିଭିନ୍ନ ସ୍ଥାନରେ ପାଣି ଜମିବା ଓ ତଳିଆ ଅଞ୍ଚଳରେ ଘରେ ଡ଼୍ରେନ୍ ପାଣି ପଶିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହାର ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସିଛି । ଏନେଇ ଗଞ୍ଜାମ ଜିଲ୍ଲା ବିଜେପି ନିଗମ କାର୍ଯ୍ୟାଳୟକୁ ଘେରାଉ କରିଛି ।

ବିଭିନ୍ନ ସମସ୍ୟା ନେଇ ବିଏମସି ଅଫିସ ଘେରାଉ କରିଲା ବିଜେପି

ସହରର ୨୦ ନଂ ୱାର୍ଡ଼ ଅନ୍ତର୍ଗତ ଗାନ୍ଧୀନଗର ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ରାସ୍ତାରେ ଜମା ହେଉଛି । ବର୍ଷା ପାଣି କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ବ୍ରହ୍ମପୁର ମହାନଗରରେ ନାଳ ନର୍ଦ୍ଦମା ନିୟମିତ ଭାବରେ ସଫେଇ ହେଉନାହିଁ । ଏହା ସହିତ ବ୍ରହ୍ମପୁରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସାହି ଗଳି କନ୍ଦିରେ ରାସ୍ତା ଘାଟ ଏକପ୍ରକାର ମରଣଯନ୍ତା ପାଲଟିଥିବା ନେଇ ନିଗମର ଦୃଷ୍ଟି ଆକର୍ଷଣ କରିଛି ଜିଲ୍ଲା ବିଜେପି ଦଳ ।ସେହିପରି ବିଜିପୁର ଛକ ଠାରୁ ଅନ୍ଧପସରା ଛକ ପର୍ଯ୍ୟନ୍ତ ଗୋଷାଣୀନୂଆଗାଁ ମୁଖ୍ୟରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇରହିଥିବା ବେଳେ ବ୍ରହ୍ମପୁର ସବ-ରେଜିଷ୍ଟାର ଅଫିସଠାରୁ ନୀଳକଣ୍ଠ ନଗର ମୁଖ୍ୟ ରାସ୍ତା ଦୀର୍ଘ ଦିନ ହେଲା ଅର୍ଦ୍ଦ ନିର୍ମିତ ହୋଇ ପଡ଼ିରହିଛି । ଉକ୍ତ ଅଞ୍ଚଳର ଡ଼୍ରେନ୍ ପାଣି ନିଷ୍କାସନ ହୋଇନପାରି ଗାନ୍ଧୀନଗର ଅଞ୍ଚଳର ଘର ଘର ଦେଇ ପ୍ରବାହିତ ହେଉଛି ।

ସହରରେ ସାଧାରଣ ଜନତା ଆଜି ପର୍ଯ୍ୟନ୍ତ ଟାଉନ ବସ ସେବା ପାଇପାରିଲେ ନାହିଁ ଅନ୍ତତଃ ବର୍ଷା ଦିନେ ସହରବାସୀ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ମହାନଗର ନିଗମ ତରଫରୁ ଡ଼ଙ୍ଗା ବ୍ୟବସ୍ଥା କରିବାକୁ ସମାଲୋଚନା କରିଛି ଦଳ । ବ୍ରହ୍ମପୁରରେ ଡ୍ରେନେଜର ସ୍ଥାୟୀ ସମାଧାନ ପାଇଁ ସ୍ୱରେଜ ବ୍ୟବସ୍ଥାକୁ ଲାଗୁ କରିବା ଭଳି ବିଭିନ୍ନ ଦାବିକୁ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହିପରି ଭାବରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବାକୁ ପୂର୍ବରୁ ନିଗମ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ସୂଚିତ କରିଥିଲେ । ହେଲେ ନିଗମ କାର୍ଯ୍ୟାଳୟରେ କମିଶନର କିମ୍ୱା ମେୟରଙ୍କ ଅନୁପସ୍ଥିତ ଘଟଣାକୁ ଘୋର ନିନ୍ଦା କରିଛି ଜିଲ୍ଲା ବିଜେପି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details