ବ୍ରହ୍ମପୁର: ଶାରଦୀୟ ଦୁର୍ଗା ପୂଜାକୁ ନେଇ ପୁରଠୁ ପଲ୍ଲୀ ସବୁ ଉତ୍ସବ ମୁଖର । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଦେବୀ ପୀଠରେ ପୂଜା ପାଉଛନ୍ତି ମା’ ଦୁର୍ଗା । ମାଆଙ୍କୁ ଦର୍ଶନ କରିବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଛି ।
ବ୍ରହ୍ମପୁରରେ ବୋମଲା କୋଲୁବୁ ପୂଜା - କଣ୍ଡେଇ
ଶାରଦୀୟ ଦୁର୍ଗା ପୂଜା ସମୟରେ ବ୍ରହ୍ମପୁରରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବୋମଲା କୋଲୁବୁ ପୂଜା କରିଥାନ୍ତି । ଏହି ପୂଜା ସମୟରେ ବିଭିନ୍ନ ପ୍ରକାରର କଣ୍ଢେଇ ନେଇ ପୂଜା କରାଯାଏ। ଅଧିକ ପଢନ୍ତୁ..........

ବୋମଲା କୋଲୁବୁ ପୂଜା
ବ୍ରହ୍ମପୁରରେ ବୋମଲା କୋଲୁବୁ ପୂଜା
ନବରାତ୍ରର ତୃତୀୟ ଦିବସରୁ ଦଶହରା ପର୍ଯ୍ୟନ୍ତ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ବୋମଲା କୋଲୁବୁ ପୂଜା । ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ଭାଷାଭାଷୀ ଅଞ୍ଚଳ ବାସିନ୍ଦା ଏହି ପୂଜାକୁ ବର୍ଷ ବର୍ଷ ଧରି ପାରମ୍ପରିକ ରୀତିନୀତିରେ ଆୟୋଜନ କରି ଆସୁଛନ୍ତି । ମୁଖ୍ୟତଃ ବ୍ରହ୍ମପୁର ସହରରେ ବହୁ ମାତ୍ରାରେ ତେଲୁଗୁ ପରମ୍ପରା ଜଡିତ ରହିଥିବାରୁ ଏହି ପୂଜାକୁ ଅନେକ ଭକ୍ତିର ସହ ସମ୍ପାଦନ କରିଥାନ୍ତି । ଏହି ପୂଜାରେ ବହୁ ମାତ୍ରାରେ କଣ୍ଢେଇକୁ ରଖାଯାଇ ମା’ ଦୁର୍ଗାଙ୍କୁ ଆବାହନ କରାଯିବା ସହ ମାଆଙ୍କ ସହ ବିଭିନ୍ନ ଦେବଦେବୀଙ୍କୁ ପୂଜା କରାଯାଇଥାଏ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Oct 6, 2019, 7:50 AM IST