ଓଡିଶା

odisha

ETV Bharat / state

ଜଙ୍ଗଲ ସୁରକ୍ଷା ଚିନ୍ତା, ଭାଲୁ ବେଶରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବିଜୟ

ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବାକୁ ଭାଲୁ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ଖେତମୁଣ୍ଡଳୀ ବିଜୟ ପ୍ରଧାନ । ଅଧିକ ପଢନ୍ତୁ...

By

Published : Apr 8, 2021, 1:53 PM IST

ଜଙ୍ଗଲ ସୁରକ୍ଷା ଚିନ୍ତା, ଭାଲୁ ବେଶରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବିଜୟ
ଭାଲୁ ବେଶରେ ଲୋକଙ୍କୁ ବାଣ୍ଟୁଛନ୍ତି ବାର୍ତ୍ତା

ଗଞ୍ଜାମ:ଭାଲୁ କରୁଛି ସଚେତନ । କଥାଟି ଆଶ୍ଚର୍ଯ୍ୟ ଲାଗୁଛି । ଯାହାକୁ ଦେଖିଲେ ମଣିଷ ଭୟରେ ଦୌଡି ପଳାଏ ସେ କିପରି ସଚେତନ କରିବ । ତା ଛଡା ଭାଲୁ ଏକ ପଶୁ ସେ କିପରି କଥା କହିବ । ଏହି ପରି ଅନେକ ପ୍ରଶ୍ନ ଉଠୁଥିବା ଲୋକଙ୍କ ମନରେ ଆସିବା ବି ସ୍ବାଭାବିକ । ହେଲେ ଏ ପ୍ରକୃତ ଭାଲୁ ନୁହେଁ ଭାଲୁ ବେଶରେ ଜଣେ ବ୍ୟକ୍ତି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏପରି ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରକୃତିକୁ ବଞ୍ଚାଇବାକୁ ଯାଇ ଏ ଭଲି ଉଦ୍ୟମ କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ଖେତମୁଣ୍ଡଳୀ ବିଜୟ ପ୍ରଧାନ ।

ଭାଲୁ ବେଶରେ ଲୋକଙ୍କୁ ବାଣ୍ଟୁଛନ୍ତି ବାର୍ତ୍ତା

ବିଜୟଙ୍କ ବୟସ ପାଖାପାଖି 60 ହେବ । ଏ ବୟସରେ ସେ ହାରିଯାଇନାହାନ୍ତି । ଦୀର୍ଘ ଛଅ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ଲାଗି ପଡିଛନ୍ତି । ଗାଁ ରୁ ସହର ବୁଲି ବୁଲି ଲୋକଙ୍କୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ କରୁଛନ୍ତି ସଚେତନ । ଭାଲୁ ବେଶ ଧାରଣ କରି ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଟକାଇ ବାଣ୍ଟଛନ୍ତି ସୁରକ୍ଷା ବାର୍ତ୍ତା । ଜଙ୍ଗଲର ସୁରକ୍ଷା ହୋଇପାରିଲେ ଜଗତ ବଞ୍ଚିବ । ଜଗତରେ ବଞ୍ଚିବାକୁ ହେଲେ ଆମକୁ ପରିବେଶ ପ୍ରତି ଧ୍ୟାନ ଦେବାକୁ ପଡିବ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ନଷ୍ଟ ହେବା ସାଙ୍ଗକୁ ବହୁ ସରୀସୃପ, କୀଟପତଙ୍ଗ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହାକୁ ରୋକିବା ପାଇଁ ଭାଲୁ ବେଶରେ ଜଙ୍ଗଲରେ ପତ୍ର ସଫାକରି ଫାୟାର ଲାଇନ କାଟୁଛନ୍ତି ବିଜୟ । ଜଙ୍ଗଲ ସମ୍ପଦକୁ ସୁରକ୍ଷା ପ୍ରଦାନ କରିବାକୁ ବିଜୟଙ୍କର ଏହି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ । ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଜୟ ପ୍ରଧାନ ନିଜସ୍ୱ ଖର୍ଚ୍ଚରେ ଲୋକଙ୍କୁ ସଚେତନ କରୁଛନ୍ତି । ଏହାର ପ୍ରଭାବ ମଧ୍ୟ୍ୟ ଲୋକଙ୍କ ଉପରେ ପଡୁଛି । ବନବିଭାଗ ଯଦି ବିଜୟ ପ୍ରଧାନଙ୍କୁ ସହଯୋଗର ହାତ ବଢ଼ାନ୍ତେ ତାହେଲେ ବେଶ ଭଲ ହୁଅନ୍ତା ବୋଲି ଭିଏସଏସ କର୍ମକର୍ତା କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details