ବ୍ରହ୍ମପୁର: ଡାକ୍ତରଙ୍କୁ ଭଗବାନ ଭାବେ ରୋଗୀ । ଭଗବାନଙ୍କ ପରେ ନୂଆ ଜୀବନ ଦେବାରେ ଜଣେ ଡାକ୍ତରଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ । ସେହିଭଳି 2 ଜଣ ଡାକ୍ତର ହେଲେ ଦେବ ଦର୍ଶନୀ ସାହୁ ଓ ରୁନାକ ଗାନ୍ଧୀ । ବ୍ରହ୍ମପୁର ସହରର କୋର୍ଟାପେଟା ଛକ ନିକଟ ରାସ୍ତା କଡରେ ପ୍ରସବ ପୀଡା ପାଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଥିଲେ ଏହି ଦୁଇ ଡାକ୍ତର । ସତେଯେମିତି ମହିଳାଙ୍କ ପାଇଁ ଦେବଦୂତ ସାଜିଥିଲେ ଉଭୟ ଡାକ୍ତର ।
ରାସ୍ତାକଡରେ ପ୍ରସବ, ଏମକେସିଜିର 2ଡାକ୍ତର ସମ୍ବର୍ଦ୍ଧିତ - କୋର୍ଟାପେଟା ଛକ
ବ୍ରହ୍ମପୁର ସହରର କୋର୍ଟାପେଟା ଛକ ନିକଟ ରାସ୍ତା କଡରେ ପ୍ରସବ ପୀଡା ପାଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇ ଦେବ ଦର୍ଶନୀ ସାହୁ ଓ ରୁନାକ ଗାନ୍ଧୀ ମାନବିକତାର ପରିଚୟ ଦେଇଛନ୍ତି । ଏମକେସିଜିର ଏହି 2 ଡାକ୍ତରଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
![ରାସ୍ତାକଡରେ ପ୍ରସବ, ଏମକେସିଜିର 2ଡାକ୍ତର ସମ୍ବର୍ଦ୍ଧିତ](https://etvbharatimages.akamaized.net/etvbharat/prod-images/768-512-4250983-thumbnail-3x2-doctor.jpg)
ଫଟୋ ସୌଜନ୍ୟ :ସମ୍ବାଦଦାତା, ବ୍ରହ୍ମପୁର
ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବ୍ରହ୍ମପୁର
ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟ ପରିସରରେ ଡାକ୍ତର ଦେବ ଦର୍ଶନୀ ଓ ରୁନାକଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏମକେସିଜିର 2 ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ