ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷାପିତ୍ତଳ ଗାଁରେ ବାର ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ ବିଫଳ ହୋଇଛି । ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ବଳି ପକାଇବା ଉଦ୍ଦେଶ୍ୟରେ ଚଷାପିତ୍ତଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ତିରିଶି ହଜାର ଟଙ୍କାରେ କିଣି ନେବାକୁ ଅଭିଯୁକ୍ତମାନେ କହିଥିଲେ । କିନ୍ତୁ ଏଥିରେ ପରିବାର ରାଜି ନ ହେବାରୁ ଅଭିଯୁକ୍ତମାନେ ନାବାଳିକାକୁ ଅପହରଣ ଉଦ୍ୟମ କରିଥିଲେ । ପରିବାର ଲୋକେ ଆସିକା ଥାନାରେ ଏତଲା ଦେବାପରେ ଆସିକା ପୋଲିସ ଦ୍ଵାରା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରାଯାଇଛି ।