ଓଡିଶା

odisha

ETV Bharat / state

ବିପୁଳ ପରିମାଣର ଭାଙ୍ଗ ଜବତ କଲା ଆସିକା ପୋଲିସ - ଭାଙ୍ଗ ଜବତ କଲା ଆସିକା ପୋଲିସ

ସାତ କୁଇଣ୍ଟାଲ 69 କିଲୋ ଭାଙ୍ଗ ଜବତ ସହ ଜଣଙ୍କୁ ଗିରଫ କଲା ଆସିକା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସକୁ ସଫଳତା । ଅଧିକ ପଢନ୍ତୁ

aska police seized several amount of narcotic item
ବିପୁଳ ପରିମାଣର ଭାଙ୍ଗ ଜବତ କଲା ଆସିକା ପୋଲିସ

By

Published : Feb 7, 2022, 6:02 PM IST

ଭଞ୍ଜନଗର: ସାତ କୁଇଣ୍ଟାଲ 69 କିଲୋ ଭାଙ୍ଗ ଜବତ ସହ ଜଣଙ୍କୁ ଗିରଫ କଲା ଆସିକା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପୋଲିସକୁ ସଫଳତା । ପାଟ୍ରୋଲିଙ୍ଗ କରୁଥିବା ସମୟରେ ଟାଟା ଏସିଇ ଗାଡି ନମ୍ବର OU-07-V-8437ରୁ ଏହି ଭାଙ୍ଗ ଜବତ କରିଛି ପୋଲିସ ।

ବିପୁଳ ପରିମାଣର ଭାଙ୍ଗ ଜବତ କଲା ଆସିକା ପୋଲିସ

କନ୍ଧମାଳରୁ ପୁରୀ ଯାଉଥିବା ସମୟରେ ବାଲିସିରା ରମଣପଲ୍ଲୀ ଛକ ନିକଟରେ ଜବତ କଲା ପୋଲିସ । ପୋଲିସର ସନ୍ଦେହ ହେବାରୁ ଗାଡିକୁ ଯାଞ୍ଚ କରିଥିଲା । ଏହାପରେ ଗାଡି ଭିତରୁ ୨୫ଟି ପ୍ୟାକେଟରେ ୦୭ କୁଇଣ୍ଟାଲ ୬୯ କିଲୋ ଭାଙ୍ଗ ବାହାରି ଥିଲା ।

ତେବେ ଏ ସକ୍ରାନ୍ତରେ ଡ୍ରାଇଭରକୁ ପଚାରିବାରୁ ସେ ଏହାର କୌଣଷି ଉତ୍ତର ଦେଇପାରି ନଥିବା ବେଳେ କାଗଜ ପତ୍ର ଏବଂ ଲାଇସେନ୍ସ ମଧ୍ୟ ଦେଖାଇ ପାରିନଥିଲା । ଫଳରେ ପୁଲିସ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details