ଓଡିଶା

odisha

ETV Bharat / state

ଆସିକା ସୁରି ମହାନ୍ତି ହତ୍ୟାକାଣ୍ଡ ମାମଲା, ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ - ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟାକାଣ୍ଡ

ଆସିକା ସୁରି ମହାନ୍ତି ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ । ପାଞ୍ଚ ଜଣଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ସୁରି ମହାନ୍ତି ହତ୍ୟାକାଣ୍ଡ
ସୁରି ମହାନ୍ତି ହତ୍ୟାକାଣ୍ଡ

By

Published : Jan 4, 2023, 9:04 AM IST

ସୁରି ମହାନ୍ତି ହତ୍ୟାକାଣ୍ଡ

ବ୍ରହ୍ମପୁର:୨୦୦୮ ମସିହାର ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳରେ ହୋଇଥିବା ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟାକାଣ୍ଡ ଘଟଣା । ଦୀର୍ଘ ୯ ବର୍ଷର ବିଚାରଣା ପରେ ଗତକାଲି(ମଙ୍ଗଳବାର) ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ l ଏହି ଘଟଣାରେ ସମ୍ପୃକ୍ତ ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରାଙ୍କୁ ୨୦ହଜାର ଟଙ୍କା ଜୋରିମାନା ସହିତ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ମାମଲା ୨୦୧୩ ମସିହା ଠାରୁ ବିଚାରଣା ଚାଲିଥିବା ବେଳେ ଶେଷରେ ରାୟ ପ୍ରକାଶ ପାଇଛି । ତେବେ କୋର୍ଟଙ୍କ ଏହି ରାୟ ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରାଯିବା ନେଇ କହିଛନ୍ତି ମୁଦଲାଙ୍କ ମକଦ୍ଦମା ଲଢ଼ୁଥିବା ଆଇନଜୀବୀ ।

ଏହା ମଧ୍ୟ ପଢନ୍ତୁ: President Rajasthan Tour: ୨ଦିନିଆ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ, କହିଲେ ଅଶାନ୍ତିର ଦୁନିଆରେ ଭାରତକୁ ଦେଖୁଛି ବିଶ୍ୱ

ଏନେଇ ମୁଦଲାଙ୍କ ଆଇନଜୀବୀ କହିଛନ୍ତି," ସୁରି ମହାନ୍ତି ହତ୍ୟାକାଣ୍ଡ ମାମଲାରେ ଦୀର୍ଘ ୯ ବର୍ଷ ଧରି କେଶ ବିଚାରଣା ଚାଲିଥିବା ବେଳେ ମଙ୍ଗଳବାର ରାୟ ଶୁଣାଇଛନ୍ତି କୋର୍ଟ । ତାଙ୍କ ବିରୋଧରେ ଅତି ଦୁର୍ବଳ ପ୍ରମାଣ ହିଁ ମିଳିଛି । ଏହାକୁ ଆଧାର କରି ହିଁ କୋର୍ଟ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ କୋର୍ଟଙ୍କ ରାୟ ବିରୋଧରେ ଆମେ ବହୁତ ଶୀଘ୍ର ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରବୁ । ଆଶାବାଦୀ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟ ପାଇବୁ । ୭ଜଣ ବିଚାରଧିନ ରହିଥିବା ବେଳେ ୫ ଜଣଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିବା ବେଳେ ୨ଜଣଙ୍କୁ ୨୦ହଜାର ଟଙ୍କା ଜୋରିମାନା ସହିତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଦୁଇଜଣ ହେଲେ ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରା । ତେବେ ଆମେ ଏହା ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କରିବା ପରେ ଆଶା ଏମାନଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରାଯିବ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details