ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ସଫଳତା । ବଡ଼ ଧରଣର ଡକାୟତି ଯୋଜନାକୁ ପୋଲିସ ଭଣ୍ଡୁର କରିବାରେ ସକ୍ଷମ ହୋଇଛି । ଗତକାଲି(ରବିବାର) ରାତ୍ରରେ ଆସିକା ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଲେ ଯେ, ଆସିକା ଚାରି ମାଇଲି ନିକଟରେ କିଛି ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବିଶ୍ରାମ ଗାରା ଭିତରେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଅଛନ୍ତି । ଏହି ଖବର ପାଇଲା ପରେ ପୋଲିସ ଉକ୍ତ ଜାଗାରେ ଚଢାଉ କରିଥିଲା । ଚଢ଼ାଉ ବେଳେ ଗୋଟିଏ ଲୋକ ଖସି ପଳାଇଥିଲେ ମଧ୍ୟ ପୋଲିସ ଅନ୍ୟ ଚାରି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।
ଆସିକା ପୋଲିସକୁ ବଡ ସଫଳତା: ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ - ଗଞ୍ଜାମ ଡକାୟତି ଯୋଜନା ପଣ୍ଡ ଖବର
ବଡ଼ ଧରଣର ଡକାୟତି ଯୋଜନାକୁ ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଭଣ୍ଡୁର କରିବାରେ ସକ୍ଷମ ହୋଇଛି । ଚାରି ଜଣଙ୍କ ଗିରଫ କରିବା ସହ 4ଟି ପିସ୍ତଲ, 16 ରାଉଣ୍ଡ ଜୀବନ୍ତ ଗୁଳି, 8ଟି ବୋମା, ଦୁଇଟି ବାଇକ ଓ ଅନ୍ୟାନ୍ୟ ଜିନିଷ ସବୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ
ଆସିକା ପୋଲିସକୁ ବଡ ସଫଳତା: ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ
ଉକ୍ତ ଚାରି ଜଣଙ୍କ ଠାରୁ ଖୋଜା ଖୋଜି ପରେ 4ଟି ପିସ୍ତଲ, 16 ରାଉଣ୍ଡ ଜୀବନ୍ତ ଗୁଳି, 8ଟି ବୋମା, ଦୁଇଟି ବାଇକ ଓ ଅନ୍ୟାନ୍ୟ ଜିନିଷ ସବୁ ଜବତ କରିଛି ପୋଲିସ । ଏହି ଘଟଣାରେ 4 ଜଣ ଗିରଫ ହୋଇଥିବା ବେଳେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ପଚରାଉଚରାରୁ ଜଣା ପଡିଛି ଯେ, ସେମାନେ ଏକ ସୁନା ଦୋକାନରେ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଏହାପରେ ପୋଲିସ ସେମାନଙ୍କ ଠାରୁ ଉକ୍ତ ଜିନିଷ ସବୁ ଜବତ କରି ତଦନ୍ତ ଚାଲିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ