ଓଡିଶା

odisha

ETV Bharat / state

ପାଞ୍ଚଦଫା ଦାବି ନେଇ ଚାଷୀଙ୍କ ରାଜ୍ୟ ସରକାରଙ୍କୁ ଦାବିପତ୍ର - ଆସିକା ଚାଷୀଙ୍କ ପାଞ୍ଚଦଫା ଦାବି

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀମାନେ ପାଞ୍ଚଦଫା ଦାବି ନେଇ ଆସିକା ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ପାଞ୍ଚଦଫା ଦାବି ନେଇ ଚାଷୀଙ୍କ ରାଜ୍ୟ ସରକାରଙ୍କୁ ଦାବିପତ୍ର
ପାଞ୍ଚଦଫା ଦାବି ନେଇ ଚାଷୀଙ୍କ ରାଜ୍ୟ ସରକାରଙ୍କୁ ଦାବିପତ୍ର

By

Published : Dec 6, 2021, 8:58 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀମାନେ ପାଞ୍ଚଦଫା ଦାବି ନେଇ ଆସିକା ତହସିଲଦାରଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଲଗାଣ ବର୍ଷାରେ ଆସିକା ଅଞ୍ଚଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ବଢିଛି ପେଟପାଟଣାର ଚିନ୍ତା । ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଅମଳ ସମୟରେ ଚାଷୀଙ୍କ ଉପରେ ପଡିଛି ଚଡକ । ପାଣିରେ ବୁଡି ରହିଛି ଧାନ ଫସଲ । ଏନେଇ ଆସିକା ଅଞ୍ଚଳର ଚାଷୀ ଏକତ୍ରିତ ହୋଇ ତହସିଲଦାରଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ପାଞ୍ଚଦଫା ଦାବି ନେଇ ଚାଷୀଙ୍କ ରାଜ୍ୟ ସରକାରଙ୍କୁ ଦାବିପତ୍ର

ଏକର ପିଛା ଧାନ ଫସଲ କ୍ଷତି ପାଇଁ ତିରିଶି ହଜାର ଓ ପରିବା ଫସଲ ପାଇଁ ପଚାଶ ହଜାର ଟଙ୍କା ଦେବା ପାଇଁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି । କୃଷିୠଣ ଛାଡ ସମେତ ମାଗଣାରେ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2940 ଟଙ୍କା ଧାର୍ଯ୍ୟ କରାଯାଉ ବୋଲି ଦାବି ଜଣାଇଛନ୍ତି । ପନ୍ଦର ଦିନ ଭିତରେ ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିଛନ୍ତି କୃଷକ ସଙ୍ଘ ଆବାହକ ଲଳିତ ମୋହନ ଦାସ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details