ଭଞ୍ଜନଗର: ଗଞ୍ଜାମ ଘୁମୁସର କଳାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ପୁଣି ଜୀବିକା ନିର୍ବାହ ପାଇଁ ‘ମଞ୍ଚ’ ଫେରାଅ ନଚେତ କର୍ମ ନିଯୁକ୍ତି ପ୍ରଦାନ ଦାବି କରି ନିଆରା ଢଙ୍ଗରେ କଳାକାରମାନେ ଏକ ଶୋଭାଯାତ୍ରାରେ ବାହାରିଛନ୍ତି । ସମସ୍ତେ ବାଉଁସଲୁଣ୍ଡିରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି ।
କଳାକାର ସଂଘର ଦାବି, ‘ମଞ୍ଚ’ ଫେରାଓ ନଚେତ ନିଯୁକ୍ତି ଦିଅ - Ganjam district-magistrate
ଗଞ୍ଜାମ ଘୁମୁସର କଳାକାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ପୁଣି ଜୀବିକା ନିର୍ବାହ ପାଇଁ ‘ମଞ୍ଚ’ ଫେରାଅ ନଚେତ କର୍ମ ନିଯୁକ୍ତି ପ୍ରଦାନ ଦାବି କରି ନିଆରା ଢଙ୍ଗରେ କଳାକାରମାନେ ଏକ ଶୋଭାଯାତ୍ରାରେ ବାହାରିଛନ୍ତି । ଅଧିକ ପଢନ୍ତୁ...
କଳାକାର ସଂଘର ଦାବି, ‘ମଞ୍ଚ’ ଫେରାଓ ନଚେତ ନିଯୁକ୍ତି ଦିଅ
କଳାକାର ସଂଘର ଦାବି, ‘ମଞ୍ଚ’ ଫେରାଓ ନଚେତ ନିଯୁକ୍ତି ଦିଅ
ଦୀର୍ଘ ଆଠ ମାସ ହେଲା କୋରୋନା ମହାମାରୀର ଲକଡ଼ାଉନ ସଟଡ଼ାଉନରେ କଳାକାରମାନେ ଜୀବନ ଜୀବିକା ହରାଇ ବସିଛନ୍ତି । କେତେଦିନ ଆଉ ଦୁଃଖ କଷ୍ଟରେ ଚଳିବେ, ବାଧ୍ୟ ହୋଇ ମଙ୍ଗଳବାର ଘୁମୁସର ଜିଲ୍ଲାର କଳାକାରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଲା ବଞ୍ଚିବାକୁ ରୋଜଗାର ଦିଅ ନଚେତ ଆମକୁ ମଞ୍ଚ ଦିଅ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ