ଓଡିଶା

odisha

ETV Bharat / state

ଆଦିବାସୀଙ୍କ ପାଣି ପ୍ରୋଜେକ୍ଟ; ବିନା ବିଜୁଳି ଓ ମୋଟରରେ ମିଳୁଛି ଜଳ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ ପଞ୍ଚାୟତର ଶଗଡ଼ବସା ଗାଁର ଲୋକେ ଏ ଭିନ୍ନ ଉପାୟ ଆପଣେଇଛନ୍ତି । ଏମିତି ଏକ ଯୋଜନା କରିଛନ୍ତି ଯାହା ଜଳ ଯୋଗାଣ ନିମନ୍ତେ ନା ବିଦ୍ୟୁତ ର ଆବଶ୍ୟକତା ପଡୁଛି ନା ମୋଟରର ଆବଶ୍ୟକତା ରହିଛି । ଅଧିକ ଖବର ପଢନ୍ତୁ...

ୱାଟର ପ୍ରୋଜେକ୍ଟ; ନା ଦରକାର ବିଜୁଳି ନା ଦରକାର ମୋଟର
ୱାଟର ପ୍ରୋଜେକ୍ଟ; ନା ଦରକାର ବିଜୁଳି ନା ଦରକାର ମୋଟର

By

Published : Feb 17, 2020, 7:05 PM IST

ଭଞ୍ଜନଗର: ଗ୍ରାମାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଅନେକ ସୁବିଧା ଥାଇ ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ଜଳ ସଙ୍କଟ ଲାଗିରହିଛି । ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ ପଞ୍ଚାୟତର ଶଗଡ଼ବସା ଗାଁର ଲୋକେ ଏ ଭିନ୍ନ ଉପାୟ ଆପଣେଇଛନ୍ତି । ଏମିତି ଏକ ଯୋଜନା କରିଛନ୍ତି ଯାହା ଜଳ ଯୋଗାଣ ନିମନ୍ତେ ନା ବିଦ୍ୟୁତ ର ଆବଶ୍ୟକତା ପଡୁଛି ନା ମୋଟରର ଆବଶ୍ୟକତା ରହିଛି ।

ୱାଟର ପ୍ରୋଜେକ୍ଟ; ନା ଦରକାର ବିଜୁଳି ନା ଦରକାର ମୋଟର

ସୋରଡ଼ା ବ୍ଲକ ବଡଗଡ ପଞ୍ଚାୟତର ଶଗଡ଼ବସା ଗ୍ରାମ । ଯେଉଁଠି କୋଡିଏ ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ଦୀର୍ଘ ବର୍ଷ ଧରି ଏଠାରେ ବସବାସ କରୁଥିବାବେଳେ ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ । ମାତ୍ର ସରକାରଙ୍କ ସହାୟତାକୁ ଅପେକ୍ଷା ନକରି ନିଜସ୍ବ ଜ୍ଞାନକୌଶଳରେ ତିଆରି କରିଛନ୍ତି ଜଳଯୋଗାଣ ପ୍ରକଳ୍ପ । ଯେଉଁଥିରେ ନା ଆବଶ୍ୟକତା ପଡୁଛି ବିଜୁଳି ନା ଆବଶ୍ୟକତା ପଡୁଛି ମୋଟର ।

ଗାଁ ନିକଟରେ ବହିଯାଉଥିବା ଝରଣା ପାଣିକୁ କୁଣ୍ଡକୁ ଆଣି ସେଠାରୁ ପାଇପ ଯୋଗେ ଗ୍ରାମରେ ପହଞ୍ଚାଇବାରେ ସଫଳତା ଅର୍ଜନ କରିଛନ୍ତି ଏମାନେ । ଦୈନନ୍ଦିନ ଜୀବନରେ ଆବଶ୍ୟକତା ହେଉଥିବା ପାଣିର ଅଭାବ ଦୂର ହେବା ସହିତ ଗୃହପାଳିତ ପଶୁଙ୍କ ଜଳସଙ୍କଟ ଦୂର ହୋଇପାରିଛି । ଏହି ଆଦିବାସୀଙ୍କ ମୁଖ୍ୟ ଜୀବିକା କହିଲେ ଜଙ୍ଗଲରେ କାଲ, ଭାଲିଆ, କାନ୍ଦୁଲ, ଝୁଲୁଣ ଲଗାଇ ସେଥିରୁ ଯେତିକି କିଛି ରୋଜଗାର ହୁଏ ସେତିକିରେ ପରିବାର ପ୍ରତିପୋଷଣ କରିଥାଉ ବୋଲି କହିଛନ୍ତି । ଅନ୍ୟପଟେ ପୁରୁଷ ମାନେ ଦାଦନ ଖଟିବାକୁ ଯାଆନ୍ତି ବୋଲି ଅତ୍ୟନ୍ତ କ୍ଷୋଭର ସହ କହଛନ୍ତି ।

ଅନ୍ୟପଟେ ଶଗଡ଼ବସା ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଲୋକମାନେ ସିଧାସଳଖ ଝରଣା ପାଣିକୁ ବ୍ୟବହାର କରୁଥିବାବେଳେ ପ୍ରାୟତଃ ସମୟରେ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେପଟେ ତୁରନ୍ତ ଏନେଇ ସରକାର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details