ବ୍ରହ୍ମପୁର: କୋରୋନା ସମୟରେ ଜୀବିକା ହରାଇ ଦୁଃଖରେ ରହିଛନ୍ତି ରାଜ୍ୟର ଶ୍ରମିକ । ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ନେଇ ଗୁରୁବାର ଗୋପାଳପୁର ପୋର୍ଟ ସୁରଭାଇଜର ଓ ୱାର୍କସ୍ ୟୁନିୟନ ମଧ୍ୟରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଏ.ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଏନ୍.କୃଷ୍ଣମୂର୍ତ୍ତି ଅଧକ୍ଷତା କରିଛନ୍ତି ।
ଗୋପାଳପୁର ବନ୍ଦରର ୱାର୍କସ୍ ୟୁନିୟନର ପ୍ରାୟ 2500 ଶ୍ରମିକ ରହିଛନ୍ତି ହେଲେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ନ ମିଳିବାରୁ ସେମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ବର୍ତ୍ତମାନ ସୁଦ୍ଧା ବନ୍ଦରରେ ଜଣେ ହେଲେ ବି ନିଯୁକ୍ତି ପାଇ ନାହାନ୍ତି । ଏହାକୁ ନେଇ ଶ୍ରମିକ ୟୁନିୟନ ସଭାପତିଙ୍କୁ ଦାୟୀ କରିଛନ୍ତି ୟୁନିଅନର କର୍ମକର୍ତ୍ତା । ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଓ ୟୁନିୟନର ସଭାପତିଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶ୍ରମିକ ସଂଘ ।