ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଚାରିଛକ ଗ୍ରାମର ଏକ ଘରୁ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଲେ ଶୈଳେନ୍ଦ୍ରୀ ପାଣିଗ୍ରାହୀ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ସୂଚନା ଅନୁଯାୟୀ ଶୈଳେନ୍ଦ୍ରୀ ଏକଲପୁର ପଞ୍ଚାୟତ ନୂଆଗାଁ ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟରତ ଥିଲେ । ସେ କିଛିଦିନ ହେଲା ଚାରିଛକରେ ରହୁଥିଲେ । ଗତକାଲି(ଗୁରୁବାର) ସନ୍ଧ୍ୟାରେ ଶୈଳେନ୍ଦ୍ରୀଙ୍କ ପରିବାର ଲୋକେ ମୃତ୍ୟୁ ଖବର ପାଇ ବଡଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ।