ବ୍ରହ୍ମପୁର:ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ । ପୋଲସରା ଅଞ୍ଚଳର ଜଣେ ଚାଷୀ ନିଜର ଋଣ ଭାର ସହ୍ୟ କିରନପାରି କୀଟ ନାଶକ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ପୋଲସରା ଅଞ୍ଚଳର ପାଣ୍ଡରିପଡା ପାତଳସିଂ ଗ୍ରାମର ରମେଶ ରାହା ଲଗାଣ ବର୍ଷାରେ ତଳି ଭାସିଯିବା ଦେଖିବା ପରେ ବିଚଳିତ ହୋଇପଡିଥିଲେ । ପରେ ଚାଷ ଜମିରେ ପକାଯିବା ପାଇଁ ସାଙ୍ଗରେ ନେଇଥିବା କୀଟନାଶକକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବିଷ ପିଇବା ପରେ ସେ ଘରକୁ ଆସି କହିଥିଲେ ଋଣ ଭାର ସହ୍ୟ କିରନପାରି କୀଟ ନାଶକ ବିଷ ପିଇ ଦେଇଛନ୍ତି । ଏହି ଖବର ପାଇବା ପରେ ପରିବାର ବର୍ଗ ରମେଶ ରାହାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ନେଇ ପରେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ବର୍ଗ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭିର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ଘଟିଛି ।