ଓଡିଶା

odisha

ETV Bharat / state

ମହାମାରୀ ମୁକାବିଲା: ଗଞ୍ଜାମ ସହରାଞ୍ଚଳରେ ଦିନ 2ଟାରୁ ସକାଳ 5ଟା ଯାଏଁ ବଜାର ବନ୍ଦ - ganjam shop closed

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଦିନ ୨ଟା ଠାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର ।

ମହାମାରୀ ମୁକାବିଲା: ଗଞ୍ଜାମ ସହରାଞ୍ଚଳରେ ଦିନ 2ଟାରୁ ସକାଳ 5ଟା ଯାଏଁ ବଜାର ବନ୍ଦ
ମହାମାରୀ ମୁକାବିଲା: ଗଞ୍ଜାମ ସହରାଞ୍ଚଳରେ ଦିନ 2ଟାରୁ ସକାଳ 5ଟା ଯାଏଁ ବଜାର ବନ୍ଦ

By

Published : Apr 28, 2021, 1:53 PM IST

ବ୍ରହ୍ମପୁର: ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଲୋକେ । ଗତବର୍ଷ କୋରୋନା ଭୟାବହତା ଅତି ପାଖରୁ ଦେଖି ଥିବା ଗଞ୍ଜାମ ବାସୀ ଏଥିପାଇଁ ବେଶ ସତର୍କ । କୋରୋନା ମହାମାରୀ ବିରୋଧରେ ଲଢିବାକୁ ପ୍ରଶାସନ ସହ ହାତ ମିଳାଇଛି ବିଭିନ୍ନ ବ୍ୟବସାୟୀ ସଂଘ ।

ମହାମାରୀ ମୁକାବିଲା: ଗଞ୍ଜାମ ସହରାଞ୍ଚଳରେ ଦିନ 2ଟାରୁ ସକାଳ 5ଟା ଯାଏଁ ବଜାର ବନ୍ଦ

ଦୃତ ଗତିରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳରେ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଦିନ ୨ଟା ଠାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ବ୍ୟବସାୟୀ ଏବଂ ବିଭିନ୍ନ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ଏହା ସହିତ ସମସ୍ତେ ଏଭଳି ପଦକ୍ଷେପକୁ ସମର୍ଥନ କରିବା ପାଇଁ ସେ ଅପିଲ୍ କରିଛନ୍ତି । ଏଭଳି ସହଯୋଗରେ କୋରୋନା ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି ସେ କହିଛନ୍ତି । ସେପଟେ ବ୍ରହ୍ମପୁର ସହରର ଦେଶୀବେହେରା ସାହିର ବ୍ୟବସାୟୀ ମଧ୍ୟ ଦିନ ୨ଟା ପରେ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details