ଓଡିଶା

odisha

ETV Bharat / state

ପୂରଣ ହେଉନି ଦାବି, ଆଜିଠୁ ସମୂହ ଛୁଟିରେ ଯିବେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ - ସମୂହ ଛୁଟିରେ ଓଡିଶା ସମବାୟ ବ୍ୟାଙ୍କ ସଂଘ

4 ଦଫା ଦାବି ନେଇ ଆଜିଠାରୁ ସମୂହ ଛୁଟିରେ ଯିବେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ । ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ୟମାନେ ୨୨ ତାରିଖଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

ଆଜିଠୁ ସମୂହ ଛୁଟିରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ
ଆଜିଠୁ ସମୂହ ଛୁଟିରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ

By ETV Bharat Odisha Team

Published : Sep 22, 2023, 8:07 AM IST

ବ୍ରହ୍ମପୁର: ଆଜିଠାରୁ ସମୂହ ଛୁଟିରେ ଯିବେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ । ଚାରି ଦଫା ଦାବି ପୂରଣ ପାଇଁ ଆଜିଠାରୁ ସମୂହ ଛୁଟିରେ ଯିବେ ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ । ଓଡିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ୟମାନେ ୨୨ ତାରିଖଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିଠୁ ସମୂହ ଛୁଟିରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ

ବ୍ୟାଙ୍କ କର୍ମଚାରୀଙ୍କୁ ଗତ ୨୦୧୬ ଜାନୁଆରୀ ପହିଲାରୁ ବକେୟା ସପ୍ତମ ବେତନ କମିଶନଙ୍କ ଅର୍ଥ ପ୍ରଦାନ, ୨୦୧୪ ସେପ୍ଟେମ୍ବର ପହିଲା ପରେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀଙ୍କ ପାଇଁ ପେନସନ୍ କର୍ପସ୍ ଫଣ୍ଡ ଗଠନ, କ୍ୟାଡର ଫଣ୍ଡକୁ କେନ୍ଦ୍ର ସମବାୟ ବ୍ୟାଙ୍କର ଅଂଶଧନ ପ୍ରଦାନ ଉପରେ ପୁନଃ ବିଚାର କରିବା ସହିତ ପ୍ରାଥମିକ ସେବା ସମବାୟ ସମିତି ମାନଙ୍କର ଫ୍ଲେକ୍ସି ଆକାଉଣ୍ଟ୍‌ ରାଜ୍ୟ ସମବାୟ ବ୍ୟାଙ୍କ୍‌ରେ ଖୋଲିବା ଆଦେଶ ପ୍ରତ୍ୟାହାର କରିବା ଭଳି ପ୍ରମୁଖ ଦାବି କରିଛନ୍ତି ବ୍ୟାଙ୍କ କର୍ମଚାରୀ ।

ଏହାମଧ୍ୟ ପଢନ୍ତୁ..ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନ, ୫ ଦାବି ନେଇ ଦେଲେ ଧାରଣା

ତେବେ ଏନେଇ ପୂର୍ବରୁ ମଧ୍ୟ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ ସଂଘ । ଯେଉଁଥିପାଇଁ ବାଧ୍ୟ ହୋଇ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ମୁଖ୍ୟତଃ ୨୨ ତାରିଖରେ ସମୂହ ଛୁଟିରେ ଯିବା ନେଇ ସଂଘ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି । ଦାବି ପୂରଣ ନହେଲେ ଆସନ୍ତା ୨୫ ତାରିଖରୁ ୩ ଦିନ ବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ପବିତ୍ର ମୋହନ ପଲେଇ ସୂଚନା ଦେଇଛନ୍ତି ।

ଆଜିଠୁ ସମୂହ ଛୁଟିରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ

ଏହାମଧ୍ୟ ପଢନ୍ତୁ..ଫୁଲବାଣୀକୁ ରେଳ ସଂଯୋଗୀକରଣ ଦାବି, ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଉପରୋକ୍ତ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ରଞ୍ଜିତ କୁମାର ତରାଇ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବିଷୋୟୀ, ସାଧାରଣ ସମ୍ପାଦକ ପବିତ୍ର ମୋହନ ପଲେଇ, ସହ ସମ୍ପାଦିକା ମଧୁସ୍ମିତା ସାହୁ, ଉପାଦେଷ୍ଟା କୁମୁଦ ରଞ୍ଜନ ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ ହେମନ୍ତ କୁମାର ସାହୁ, ଆଶିଷ ସାହୁ, ସୁରଜ ନାୟକ, ମାହେଶ୍ୱରୀ ଶତପଥି, ସୁନୀଲ ସାହୁ ପ୍ରମୁଖ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details