ଓଡିଶା

odisha

ETV Bharat / state

କଟକଣାରେ ମାଆ ତାରାତାରିଣୀ ପୀଠରେ ସରିଲା ଅକ୍ଷୟ ତୃତୀୟା ପୂଜା - Taratarini Temple

ପବିତ୍ର ଅକ୍ଷୟ ତୃତୀୟା ତଥା ବୃଷ ସଂଙ୍କ୍ରାନ୍ତି ଅବସରରେ ଗଞ୍ଜାମର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀ ପୀଠରେ ହୋଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଦେଖନ୍ତୁ ମନ୍ଦିର ପରିସରରୁ ..

କଟକଣାରେ ହୋଇଛି ମାଆ ତାରାତାରିଣୀ ପୀଠରେ ଅକ୍ଷୟ ତୃତୀୟା ପୂଜା
କଟକଣାରେ ହୋଇଛି ମାଆ ତାରାତାରିଣୀ ପୀଠରେ ଅକ୍ଷୟ ତୃତୀୟା ପୂଜା

By

Published : May 15, 2021, 9:49 PM IST

ବ୍ରହ୍ମପୁର: ପବିତ୍ର ଅକ୍ଷୟ ତୃତୀୟା ତଥା ବୃଷ ସଂଙ୍କ୍ରାନ୍ତି ଅବସରରେ ମାଆ ତାରାତାରିଣୀ ମନ୍ଦିରରେ ରୀତିନୀତି ଅନୁଯାୟୀ ହୋଇଛି ପୁଜାର୍ଚ୍ଚନା । କୋରୋନାର ଦ୍ୱିତୀୟ ଲହର କୁ ଦୃଷ୍ଟି ରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ରହିଛି ।

ଏଣୁ ଭକ୍ତଙ୍କ ବିନା କେବଳ ସୀମିତ ସେବାୟତ ଓ ପୂଜକ ମାନେ ମାଆଙ୍କ ପୁଜାର୍ଚ୍ଚନା କରିଛନ୍ତି । ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ଭାବେ ମାଆ ତାରାତାରିଣୀଙ୍କ ମନ୍ଦିରରେ ବର୍ଷତମାମ ବହୁ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ କିଛି ଦିନ ଧରି ସରକାରଙ୍କ କଟକଣା ଯୋଗୁଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସେପଟେ ସଂଙ୍କ୍ରାନ୍ତି ଅବସରରେ ପୂଜକ ମାନେ ଏହି କୋରୋନା ରୂପକ ଅଦୃଶ୍ଯ ମହାମରୀ କିପରି ଦେଶରୁ ବିନାଶ ହେବ , ସେ ନେଇ ମାଆଙ୍କ ପାଖରେ ପ୍ରାର୍ଥନା କରାଯାଇଛି ।

ଏନେଇ କିଭଳି ରହିଛି ମାଆଙ୍କ ପୀଠରେ ପୂଜାର୍ଚ୍ଚନା ସେନେଇ ମନ୍ଦିର ପରିସରରୁ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ..

କଟକଣାରେ ହୋଇଛି ମାଆ ତାରାତାରିଣୀ ପୀଠରେ ଅକ୍ଷୟ ତୃତୀୟା ପୂଜା

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details